“ଅଭିଯୋଗକୁ ଅପେକ୍ଷା ନକରି ଯାଂଚ କର’ ରାହୁଲଙ୍କ ସମର୍ଥନରେ ପୂର୍ବ ମୁଖ୍ୟ ନିର୍ବାଚନ ଆୟୋଗ, ନିର୍ବାଚନ ଆୟୋଗଙ୍କୁ ନେଇ କହିଦେଲେ ବଡ଼ କଥା

Spread the love

 ନକଲି ମତଦାତା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନଙ୍କ ସମର୍ଥନ ମିଳିଯାଇଛି । ପୂର୍ବ ସିଇସିଙ୍କ କହିବା କଥା କି, ନିର୍ବାଚନ ଆୟୋଗ ବେଙ୍ଗାଲୁରୁରେ ନକଲି ମତଦାତଙ୍କ ବାବଦରେ ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତା ବାବଦରେ ଲିଖିତ ଅଭିଯୋଗକୁ ଅପେକ୍ଷା ନକରି ଯାଂଚ କରିବା ଆବଶ୍ୟକ । 

ଏନେଇ ଏକ ଜାତୀୟ ଗଣମାଧ୍ୟକୁ ଏକ ସାକ୍ଷାତକାର ଦେଇ ପୂର୍ବତନ ନିର୍ବାଚନ ଆୟୋଗ ଓପି ରାୱତ କହିଛନ୍ତି, ମୁଁ ଯେତେବେଳେ ନିର୍ବାଚନ ଆୟୋଗ ମୁଖ୍ୟ ଥିଲି ସେତେବେଳେ ଆମର ନୀତି ଏହା ଥିଲା କି, କୌଣସି ରାଜନୈତିକ ଦଳ ବା କୌଣସି ବରିଷ୍ଠ ପଦାଧିକାରୀ ଯଦି କୌଣସି ଅଭିଯୋଗ ଆଣୁଥିଲେ ତେବେ ଆମେ ନିଜ ତରଫରୁ ଯାଂଚ ଆରମ୍ଭ କରୁଥିଲୁ । ସାଧାରଣ ଲୋକଙ୍କ ସାମ୍ନାରେ ତଥ୍ୟ ପ୍ରସ୍ତୁତ କରୁଥିଲୁ, କାରଣ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କର ବିଶ୍ୱାସ ବଳବତ୍ତର ରହିବ । ଆମେ କେବେ ବି ଅଭିଯୋଗକାରୀଙ୍କୁ ଶପଥପତ୍ର ଦେବାକୁ କହୁନଥିଲୁ । 

ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିନ ଅଭିଯୋଗ ଆଣିଥିଲେ କି ଗତବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ବେଙ୍ଗାଲୁରୁ ସେଣ୍ଟ୍ରାଲ ସଂସଦୀୟ କ୍ଷେତ୍ରର ମହାଦେବପୁରା ବିଧାନସଭା କ୍ଷେତ୍ରରେ ୧ ଲକ୍ଷରୁ ଅଧିକ ନକଲି ଭୋଟର ଥିଲେ । ସେହି ନକଲି ଭୋଟରମାନେ ଦୁଇ ଦୁଇଟି ସ୍ଥାନରେ ଭୋଟ ଦେଇଛନ୍ତି । 

ଏହି ପ୍ରସଙ୍ଗକୁ ନେଇ ଅଗଷ୍ଟ ୮ ତାରିଖରେ କଂଗ୍ରେସ ତରଫରୁ ବେଙ୍ଗାଲୁରରେ ବିରୋଧ ପ୍ରଦର୍ଶନ କରିଛି । ସେପଟେ ରାହୁଲଙ୍କ ଅଭିଯୋଗ ପରେ ଶୁକ୍ରବାର ଦିନ ବିହାର, ମହାରାଷ୍ଟ୍ର ଭଳି ରାଜ୍ୟର ଇ-ଭୋଟର ତାଲିକା ସାଇଟକୁ ମୁଖ୍ୟ ନିର୍ବାଚନ ଆୟୋଗ ବନ୍ଦ କରିଦେଇଥିଲେ । ଯାହାକୁ ନେଇ ରାହୁଲ ଗାନ୍ଧୀ ପୁଣି ଅଭିଯୋଗ କରିଥିଲେ କି ଏବେ ନିର୍ବାଚନ କମିସନ ପୁଣି ଏହି ଦୁଇରାଜ୍ୟର ଭୋଟର ତାଲିକା ବଦଳାଇବାକୁ ଚେଷ୍ଟା କରୁଛନ୍ତି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading