ଅଭିନେତା ବରୁଣଙ୍କ ହାତ ଧରିଲେ ଗୋପୀ ବୋହୂ

Spread the love

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ଅଭିନେତ୍ରୀ ଜିୟା ମାନେକ। ଧୁମଧାମରେ ବିବାହ କରିବା ପରିବର୍ତ୍ତେ ସେ ନିଜ ପରିବାରବର୍ଗଙ୍କ ଗହଣରେ ବିବାହ କରିଥିବା ଜଣାଯାଇଛି। ଜିୟା ସୋସିଆଲ ମିଡିଆରେ ତାଙ୍କ ବିବାହର ଫଟୋ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି। ଫଟୋ ସେୟାର କରି ସେ ଅଭିନେତା ବରୁଣ ଜୈନଙ୍କୁ ବିବାହ କରିଥିବା ଜଣାଇଛନ୍ତି। ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଫଟୋ ସେୟାର କରି ଜିୟା ଲେଖିଛନ୍ତି, “ଭଗବାନ ଏବଂ ଗୁରୁଙ୍କ କୃପାରୁ ଆମେ ସବୁଦିନ ପାଇଁ ଏକାଠି ହୋଇଛୁ। ହାତରେ ହାତ ମିଶାଇ, ହୃଦୟ ସହ ହୃଦୟ ମିଶାଇ। ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି ଆମେ ସ୍ୱାମୀ-ସ୍ତ୍ରୀ ହୋଇଛୁ। ଏହି ଦିନକୁ ସ୍ୱତନ୍ତ୍ର କରିଥିବା ଲୋକଙ୍କ ଭଲପାଇବା, ଆଶୀର୍ବାଦ ଏବଂ ଶୁଭେଚ୍ଛା ପାଇଁ ମୁଁ ବହୁତ କୃତଜ୍ଞ।”

View this post on Instagram

A post shared by Gia Manek (@gia_manek)

ଫଟୋରେ ଜିୟା ଏକ ସୁନେଲି ରଙ୍ଗର ଶାଢ଼ି ପିନ୍ଧିଥିବାର ଦେଖାଯାଇଛି। ଏହା ସହିତ ସେ ଟେମ୍ପୁଲ ଜୁଏଲାରୀ ପିନ୍ଧିଛନ୍ତି। ମଥାରେ ସିନ୍ଥି ସହ, ଗଳ‌ାରେ ହାର, କାନଫୁଲ ଏବଂ ହାତରେ ଲାଲ ଚୁଡ଼ି ପିନ୍ଧିଥିବା ଦେଖାଯାଇଛି।

ତେବେ ବରୁଣ ଜୈନ ଜଣେ ଅଭିନେତା ଯିଏ “ଦିୟା ଔର ବାତି ହମ୍”ରେ ମୋହିତ ରାଠି ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ଅନ୍ୟପକ୍ଷରେ, ଜିଆ ‘ଜିନ୍ନି ଔର ଜୁଜୁ’ ଏବଂ ‘ତେରା ମେରା ସାଥ୍ ରହେ’ରେ କାମ କରି  ଲୋକପ୍ରିୟତା ହାସଲ କରିଥିଲେ | ଏପରିକି ସେ କମେଡି ଚଳଚ୍ଚିତ୍ର ‘ନା ଘର କେ ନା ଘାଟ କେ’ (୨୦୧୦) ରେ ଛୋଟ ଭୂମିକାରେ ନଜର ଆସି ବଲିଉଡରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ହେଲେ ‘ସାଥ୍ ନିଭାନା ସାଥିଆ’ରେ ଗୋପୀ ବୋହୂ ଚରିତ୍ର ତାଙ୍କୁ ଘରେ ଘଣେ ପରିଚିତ କରାଇଥିଲା। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading