ରାଉରକେଲା,୨୮।୭: ରାଉରକେଲା ମହାନଗର ନିଗମ ଅଫିସରେ ସୋମବାର ଏକ ଅଘଟଣ ଘଟିଛି। ମହାନଗର ନିଗମ ଅଫିସରେ କାର୍ଯ୍ୟରତ ଜଣେ ଠିକା କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କର୍ମଚାରୀ ଜଣକ ଇସ୍ୟୁ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିବା ଜଣାପଡିଛି। ବିଭିନ୍ନ ସମସ୍ୟା ନେଇ ମହିଳା କର୍ମଚାରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।
ମହିଳାଙ୍କୁ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଉଦିତନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବଷୟ ହୋଇଛି।
Discover more from Emerging Odisha
Subscribe to get the latest posts sent to your email.