ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ,ସଶକ୍ତ ହେବାରେ ଲାଗିଛି ଦେଶର ପ୍ରତିରକ୍ଷା କ୍ଷେତ୍ର

Spread the love

ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ।  ସଶକ୍ତ ହେବାରେ ଲାଗିଛି ଦେଶର ପ୍ରତିରକ୍ଷା କ୍ଷେତ୍ର ।  ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଡିଆରଡିଓ।  ଧାମରାରେ ଥିବା ଅବଦୁଲ କଲାମ ଦ୍ବୀପରୁ ସଫଳତାର ସହ ପରୀକ୍ଷଣ ହୋଇଛି ଅଗ୍ନି-୫ କ୍ଷେପଣାସ୍ତ୍ର ।

ସମସ୍ତ ପରିଚାଳନା ଓ ପ୍ରଯୁକ୍ତିଗତ ମାପଦଣ୍ଡକୁ ପୂରଣ କରିଛି ଏହି କ୍ଷେପଣାସ୍ତ୍ର ।  ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ନେତୃତ୍ୱରେ ଏହି ପରୀକ୍ଷଣ ହୋଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।  ଅଗ୍ନି- ୫ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭ ହଜାରରୁ ଅଧିକ କିଲୋମିଟର ରହିଛି ।  ଡିଆରଡିଓ ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading