ଚୀନରେ ପହଞ୍ଚିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ
ଜାପାନ ଗସ୍ତ ସାରି ଚୀନରେ ପହଞ୍ଚିଲେ ପିଏମ୍
ଆସନ୍ତାକାଲି ଏସସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଚୀନରେ ପହଞ୍ଚିଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ । ଜାପାନ ଗସ୍ତ ସାରି ଚୀନରେ ପହଞ୍ଚିଲେ ପିଏମ୍ ।ଆସନ୍ତାକାଲି ଏସସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଚୀନ ଓ ରୁଷିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବିଶ୍ୱ ରାଜନୀତିରେ ଏକ ନୂତନ ମେଣ୍ଟ ଗଠନ ସମ୍ଭାବନା ବୃଦ୍ଧି ପାଇଛି । ଏପଟେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ ପାଇଁ ବଢୁଛି ସମସ୍ୟା । ଟ୍ରମ୍ପଙ୍କୁ ଖୁସି କରିବାକୁ ଦେଉଥିବା ବୟାନ ଏବେ ପାକିସ୍ତାନ ପାଇଁ ବୁମେରାଂ ହେବାକୁ ଯାଉଛି । ପୁଣିଥରେ ଭାରତକୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇସାକ ଡାର ଦେଇଛନ୍ତି ଆଲୋଚନା ପ୍ରସ୍ତାବ । କିନ୍ତୁ ଆତଙ୍କବାଦ ଓ ପିଓକେ ବ୍ୟତୀତ ପାକିସ୍ତାନ ସହ ଭାରତ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିବ ନାହିଁ ବୋଲି ସ୍ପଷ୍ଟ ଜବାବ ଦେଇ ସରିଫ ସରକାରର ମୁହଁ ବନ୍ଦ କରିଛି ବୈଦେଶିକ ମନ୍ତ୍ରଣାଳୟ । ଚୀନ ଗସ୍ତ ପୂର୍ବରୁ ୨ ଦିନିଆ ଜାପାନ ଗସ୍ତ ସମୟରେ ବିକାଶର 10 ବର୍ଷିଆ ରୋଡମ୍ୟାପ୍ ପ୍ରସ୍ତତ କରି କୁଟନୈତିକ ସହଭାଗିତାକୁ ନୂଆ ସ୍ତରରେ ପହଞ୍ଚିାଇଛନ୍ତି ପ୍ରଧାନମନ୍ତ୍ରୀ । ୧୫ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗଦାନ ସହ ଟୋକିଓରେ ମୋଦି ୧୬ଟି ପ୍ରଦେଶର ରାଜ୍ୟପାଳଙ୍କୁ ଭେଟିଥିଲେ ।
Discover more from Emerging Odisha
Subscribe to get the latest posts sent to your email.