ଷଣ୍ଢ ଉଦ୍ଧାରକୁ ନେଇ ମରଣାନ୍ତକ ଆକ୍ରମଣ, ୫ ଗୁରୁତର

Spread the love

ଷଣ୍ଢ ଉଦ୍ଧାର କୁ ନେଇ ମରଣାନ୍ତକ ଆକ୍ରମଣ, ୫ ଗୁରୁତର। ପିପିଲି ଥାନା ରେ ଉତେଜନା । ପୋଲିସ ଦ୍ବାରା ଏକ ଷଣ୍ଢ ଉଦ୍ଧାର କୁ ନେଇ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଛି। ପିପିଲି ଦାନୋଗହିର ନୂଆ ସାହି ଠାରେ ସଙ୍ଘବଦ୍ଧ ଆକ୍ରମଣରେ ୪ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଘଟଣା କୁ ନେଇ ପିପିଲି ଥାନାରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପିପିଲି ଥାନା ପରିସରରେ ବିଭିନ୍ନ ସଙ୍ଗଠନର ଶତାଧିକ ଯୁବକ ପହଞ୍ଚି ଆକ୍ରମଣକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପିପିଲି ଥାନା ପୋଲିସ ଘଟଣା ସ୍ଥଳରେ ଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି । ପିପିଲି ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଥାନା ପରିସରରେ ଶତାଧିକ ଲୋକେ ଏକାଠି ହୋଇଥିଲେ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଜାରି ରହିଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading