ବେଙ୍ଗାଲୁରୁ : ଅଭିନେତା ରିଷଭ ଶେଟ୍ଟୀଙ୍କର ପରବର୍ତ୍ତୀ ଫିଲ୍ମର ଘୋଷଣା ବୁଧବାର କରାଯାଇଛି। ଅଶ୍ୱିନ ଗଙ୍ଗାରାଜୁଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଏକ ଐତିହାସିକ ଆକ୍ସନ ଡ୍ରାମା ଫିଲ୍ମରେ ରିଷଭ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ବୁଧବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହି ଫିଲ୍ମର ଏକ ପୋଷ୍ଟର ଜାରି କରାଯାଇଛି। ଏହି ପୋଷ୍ଟରରେ ଫିଲ୍ମର ଟାଇଟଲ ସମ୍ପର୍କରେ ଘୋଷଣା କରାଯାଇ ନାହିଁ। ପୋଷ୍ଟରରେ ଜଣେ ଯୋଦ୍ଧା ମୁହଁରେ କପଡ଼ା ବାନ୍ଧିଥିବା ସହ ପିଠିରେ ୨ଟି ଖଣ୍ଡା ଧରିଥିବାର ଦେଖିବାକୁ ମିଳିଛି। ଏହାସହ ଅନେକ ହଜାର ସୈନିକ ଯୁଦ୍ଧକ୍ଷେତ୍ରରେ ଲଢ଼ିବାକୁ ଆଗ୍ରହୀ ରହିଛନ୍ତି। ସୈନିକମାନଙ୍କୁ ସାମ୍ନା କରିବା ପାଇଁ ଏକ ତୋପ ଏବଂ ଅନେକ ବନ୍ଧୁକ ମଧ୍ୟ ଉକ୍ତ ପୋଷ୍ଟରରେ ଦୃଶ୍ୟମାନ ହେଉଛି। କ୍ୟାପ୍ଶନ୍ରେ ଲେଖାହୋଇଛି, ଜଣେ ଯୋଦ୍ଧାଙ୍କ କାହାଣୀ ଖୁବ୍ଶୀଘ୍ର ଆପଣମାନଙ୍କ ପାଇଁ ଆସୁଛି।