ମିଳିଲା ଟଙ୍କାର ପାହାଡ଼: ବନ୍ଧାହେଲେ ବିଧାୟକ

Spread the love

କର୍ଣ୍ଣାଟକା କ୍ଷମତାସୀନ କଂଗ୍ରେସର ବିଧାୟକ କେସି ବୀରେନ୍ଦ୍ରଙ୍କୁ ଶନିବାର ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ବେଆଇନ ଅନଲାଇନ ଓ ଅଫ ଲାଇନ ବେଟିଂରେ ସେ ସାମିଲ ଥିବାରୁ ତାଙ୍କୁ ଗାଙ୍ଗଟକରୁ ଗିରଫ କରାଯାଇଛି। ବିଧାୟକ ଓ ତାଙ୍କ ସହଯୋଗୀମାନେ ସିକ୍କିମର ଗାଙ୍ଗଟକ ଯାଇଥିଲେ। ସେଠାରେ ଗୋଟିଏ ଜମିକୁ କ୍ୟାସିନୋ ପାଇଁ ଲିଜରେ ଦିଆଯାଇଥିଲା। କିନ୍ତୁ ଇଡି ସେମାନଙ୍କ ପିଛା କରି ବିଧାୟକ ବୀରନ୍ଦ୍ର ଓ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି।

ଗିରଫଦାରୀର ଦିନକ ପୂର୍ବରୁ ଇଡି ପକ୍ଷରୁ ବିଧାୟକ ବୀରେନ୍ଦ୍ର ସହ ଜଡ଼ିତ ୩୧ଟି ଠିକଣାରେ ରେଡ କରାଯାଇଥିଲା। ଏହି ସମୟରେ ବିଧାୟକଙ୍କ ଠିକଣାରୁ ଟଙ୍କାର ପାହାଡ଼ର ସନ୍ଧାନ ମିଳିଥିଲା। ରେଡ ବେଳେ ଇଡି ନଗଦ ୧୨ଟି କୋଟି ଠାବ କରିଥିଲା। ଏହା ମଧ୍ୟରେ ବିଦେଶୀ ମୁଦ୍ରାରେ ୧ କୋଟି ଟଙ୍କା ରହିଥିଲା। ଏହାବାଦ ୬ କୋଟି ଟଙ୍କାର ସୁନା ଅଳଙ୍କାର, ୧୦ କେଜିର ରୁପା ଓ ୪ଟି ଦାମୀ ଗାଡ଼ିକୁ ମଧ୍ୟ ଜବତ କରାଯାଇଥିଲା। ବୀରେନ୍ଦ୍ରଙ୍କ ଭାଇ କେସି ନାଗରାଜ ଓ ପୁଅ ପୃଥ୍ୱୀ ଏନ ରାଜଙ୍କ ଘରୁ ଏକାଧିକ ଜମିଜମାର କାଗଜପତ୍ର ମିଳିଥିଲା।

K2ଜବତ କାର୍ଡ

ଜବତ ହୋଇଥିବା ନଗର ୧୨ କୋଟି ଟଙ୍କା ମଧ୍ୟରୁ ବେଆଇନ ଅନଲାଇନ ବେଟିଂରୁ ବୀରେନ୍ଦ୍ର ୬ କୋଟି ଟଙ୍କା ଆୟ କରିଥିବା ଇଡି ଜାଣିବାକୁ ପାଇଛି। ବୀରେନ୍ଦ୍ର ଏଠାରେ କାମ କରୁଥିବା ବେଳେ ତାଙ୍କର କିଛି ସହଯୋଗୀ ଦୁବାଇରେ ରହି ଅନଲାଇନ ଗେମିଂର ନେଟୱର୍କ ଚଳାଉଥିଲେ। ଇଡି ବୀରେନ୍ଦ୍ରଙ୍କୁ ଗିରଫ କରିବା ପରେ ଗାଙ୍ଗଟକ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲା। ଏହାପରେ ତାଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading