ଭୋଟ ଚୋରି’ର ସବୁଠାରୁ ବଡ଼ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧି

Spread the love

ଭୋଟର ତାଲିକାରେ ଜାଲିଆତି ନେଇ ପୁଣି ନିର୍ବାଚନ କମିସନଙ୍କ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭୋଟର ତାଲିକାରେ ବ୍ୟାପକ ଜାଲିଆତି ଅଭିଯୋଗ କରିଛନ୍ତି ରାହୁଲ । Rahul’s target again for the Election Commission.Rahul’s target again for the Election Commission.

ବେଙ୍ଗାଲୁରୁର ମହାଦେବପୁରା ବିଧାନସଭା ଆସନରେ କଂଗ୍ରେସ ୩୨, ୭୦୭ ଭୋଟରେ ପରାଜିତ ହେଲା । ବିଜେପି ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ଜିତିଥିବାରୁ ସନ୍ଦେହ ହେଲା ବୋଲି ରାହୁଲ କହିଛନ୍ତି । ଭୋଟରଙ୍କ ବାପାଙ୍କ ନାଁ ମନଇଚ୍ଛା ଲେଖାଯାଇଛି ।  ଘରର ଠିକଣା ନାହିଁ । ୧୧ହଜାର ଭୋଟର ତିନି ଥର ଭୋଟ୍ ଦେଇଛନ୍ତି । ନକଲି ଭୋଟର, ଅବୈଧ ଠିକଣା, ଗୋଟିଏ ଠିକଣାରେ ବଲ୍କ ଭୋଟର, ଅବୈଧ ଫଟୋ, ଫର୍ମ ନମ୍ବର ୬ର ଦୁରୁପଯୋଗ କରି ଭୋଟର ତାଲିକା କରାଯାଇଥିବା ରାହୁଲ ଅଭିଯୋଗ  କରିଛନ୍ତି ।

ବିଜେପି ସହ ମିଶି ନିର୍ବାଚନ କମିସନ ଏପରି କରିଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ବିହାର ଭୋଟର ତାଲିକା ସଂଶୋଧନ ନେଇ ତମ୍ବିତୋଫାନ ବେଳେ ରାହୁଲ ପୁଣି ମହାରାଷ୍ଟ୍ର ଓ କର୍ଣ୍ଣାଟକ ପ୍ରସଙ୍ଗ ଉଠାଇଛନ୍ତି । ତେବେ ଏନେଇ ସତ୍ୟପାଠ ସହ ଘୋଷଣାନାମା, ଅଯୋଗ୍ୟ ଭୋଟରଙ୍କ ନାଁ ଓ ବିସ୍ତୃତ ବିବରଣୀ ଦେବାକୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ନିର୍ବାଚନ କମିସନ ରାହୁଲଙ୍କୁ କହିଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading