ଭାରତର ଦ୍ୱିତୀୟ ଧନୀ ଅଭିନେତ୍ରୀ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

Spread the love

ପୂର୍ବତନ ମିସ୍ ୱାର୍ଲ୍ଡ ଏବଂ ଲାଇଫଟାଇମ୍ ବ୍ୟୁଟି ପୁରସ୍କାର ବିଜେତା ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।  ତାଙ୍କ ଚମତ୍କାର କ୍ୟାରିଅରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଫୋବର୍ସ ଅନୁଯାୟୀ, ଅଭିନେତ୍ରୀଙ୍କ ସମ୍ପତ୍ତି ବର୍ତ୍ତମାନ ୯୦୦ କୋଟି ଟଙ୍କା, ଯାହା ତାଙ୍କୁ ଭାରତର ଦ୍ୱିତୀୟ ଧନୀ ଅଭିନେତ୍ରୀ କରିଦେଇଛି ।

ଅଭିନେତ୍ରୀଙ୍କ ସ୍ୱାମୀ, ଅଭିନେତା ଅଭିଷେକ ବଚ୍ଚନଙ୍କ ସମ୍ପତ୍ତି ପ୍ରାୟ ୨୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।  ସେ ପ୍ରତି ଫିଲ୍ମ ପାଇଁ ୫ ରୁ ୧୦ କୋଟି ଟଙ୍କା ଚାର୍ଜ କରନ୍ତି।  ବଚ୍ଚନ ପରିବାର ବଲିଉଡର ସବୁଠାରୁ ହାଇ-ପ୍ରୋଫାଇଲ୍ ଏବଂ ଧନୀ ପରିବାର ମଧ୍ୟରୁ ଗୋଟିଏ ।

ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି କେବଳ ତାଙ୍କ ଫିଲ୍ମରୁ ନୁହେଁ ବରଂ ଉଚ୍ଚମାନର ଭାରତୀୟ ଏବଂ ଆନ୍ତର୍ଜାତୀୟ ବ୍ରାଣ୍ଡଗୁଡ଼ିକର ପ୍ରଚାର ଦ୍ୱାରା ମଧ୍ୟ ନିର୍ମିତ । ଜୁହି ଚାୱଲା ୨୦୨୪ ମସିହାରେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀ ହୋଇଥିଲେ।  ଗତ ବର୍ଷର ହୁରୁନ୍ ରିଚ୍ ଲିଷ୍ଟ ଅନୁଯାୟୀ, ‘ୟେସ୍ ବସ୍’ ଅଭିନେତ୍ରୀଙ୍କ ସମ୍ପତ୍ତି ୪୬୦୦ କୋଟି ।  ଏହି ତାଲିକାରେ ଐଶ୍ୱର୍ଯ୍ୟା ରାୟ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।  ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନ ମଧ୍ୟ ଅଛନ୍ତି ।

ପରଦାରେ ଦମ୍‌ଦାର ପ୍ରଦର୍ଶନ ପାଇଁ ଐଶ୍ୱର୍ଯ୍ୟା ହେଉଛନ୍ତି ବଲିଉଡ୍‌ର ଅନ୍ୟତମ ସବୁଠୁ ମହଙ୍ଗା ଅଭିନେତ୍ରୀ ।  ଗୋଟିଏ ଫିଲ୍ମ ପିଛା ପ୍ରାୟ ୧୦ କୋଟି ଟଙ୍କା ପାରିଶ୍ରମିକ ସେ ନିଅନ୍ତି ।  ଅଭିନୟ ସହିତ ଲୋକପ୍ରିୟ ଓ ମହଙ୍ଗା ଭାରତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକର ବିଜ୍ଞାପନରୁ ସେ ୬-୭ କୋଟି ଟଙ୍କା ଆୟ କରନ୍ତି ।  ବିଜ୍ଞାପନରେ ତାଙ୍କର ଉପସ୍ଥିତି ବିଶ୍ୱସ୍ତରରେ ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିବାରେ ସାହାଯ୍ୟ କରିଛି । ଅଭିନୟ ଓ ବିଜ୍ଞାପନ ସହିତ ଐଶ୍ୱର୍ଯ୍ୟା ବ୍ୟବସାୟ ଜଗତରେ ମଧ୍ୟ ଏଣ୍ଟ୍ରି କରିଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading