କେନ୍ଦ୍ରାପଡ଼ା,୧୭।୮: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଢିଲା ଅଡୁଆ। ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ଏକ ବଡ଼ ଧରଣର ଠକେଇ ଅଭିିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଙ୍କିତଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, କଟକର ଜଣେ ବ୍ୟବସାୟୀଙ୍କୁ ଅଙ୍କିତ ବକେୟା ୪୮ ଲକ୍ଷ ଟଙ୍କା ଫେରାଇ ଦେଇ ନ ଥିବା ଦାବି କରାଯାଇଛି।
ଅନ୍ୟପକ୍ଷରେ, ଅଙ୍କିତଙ୍କ କମ୍ପାନୀ ‘ଏମ୍ଫୋରିଆ ୱାର୍କସ ପ୍ରାଇଭେଟ ଲିମିଟେଡ’ ପକ୍ଷରୁ ଏକ ପାଲଟା ଅଭିଯୋଗ ଦାଖଲ ହୋଇଛି। କମ୍ପାନୀର ମ୍ୟାନେଜର କେନ୍ଦ୍ରାପଡ଼ା ଟାଉନ ଥାନାରେ ଏସଏସବି ଇଲେକ୍ଟ୍ରିକାଲ୍ସ ମାଲିକ ଅରବିନ୍ଦ ତ୍ରିପାଠୀ ଓ ଗଣେଶ ସୱାଇଁଙ୍କ ନାଁରେ ଏତଲା ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ଏହି ଦୁଇ ବ୍ୟକ୍ତି କମ୍ପାନୀର କାର୍ଯ୍ୟରେ ବାଧା ସୃଷ୍ଟି କରି ଆର୍ଥିକ କ୍ଷତି ଘଟାଇଛନ୍ତି।
ତେବେ, ଅଙ୍କିତ ପ୍ରତାପ ଜେନା ନିଜ ବିରୋଧରେ ଆସିଥିବା ସମସ୍ତ ଠକେଇ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଅଭିଯୋଗ ମିଥ୍ୟା ଏବଂ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି।
Discover more from Emerging Odisha
Subscribe to get the latest posts sent to your email.