ବଣାଇ: ବଣାଇରେ ଗୋଠ ଛଡ଼ା ହାତୀ ଉପଦ୍ରବ । ଘର ଭାଙ୍ଗିବା ସହିତ ସବୁ ଧାନ ଫସଲ ନଷ୍ଟ କରିସାରିଲାଣି । ଜନ ଜୀବନକୁ ଅଶାନ୍ତ କରି ସାରିଲାଣି । ଚିନ୍ତାରେ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀ । ସେପଟେ ବନ ବିଭାଗ ହାତୀକୁ କାବୁ କରିବାରେ ବିଫଳ ହୋଇଛନ୍ତି । କିଛି ଦିନ ହେବ ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର ଧରିଣୀଧର ପାଲି ସେକ୍ସନରେ ୩ ଗୋଠ ଛଡ଼ା ଦନ୍ତା ହାତୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି ।
ବଣାଇ ରେଞ୍ଜ ର ବିଭିନ୍ନ ଗ୍ରାମରେ ଦୁଇଟି ହାତୀ ଘର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ କରୁଥିବା ବେଳେ ଚିନ୍ତାରେ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀ । ଗତକାଲି ଦୁଇଟି ହାତୀ ସହିତ ଆଉ ଏକ ହାତୀ ପୁଣି ବଣାଇ ରେଞ୍ଜରେ ପ୍ରବେଶ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଉ ଏହି ହାତୀ ବନବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
ବନବିଭାଗ କର୍ମଚାରୀ ରାତି ଅନିଦ୍ରା ହୋଇ ହାତୀକୁ ଟ୍ରାକ କରିବା ସହିତ ଯେତେ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ହାତୀ ଚକମା ଦେଇ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ଗ୍ରାମରେ ପସି ଲୋକଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ସବୁ କିଛି ନଷ୍ଟଭ୍ରଷ୍ଟ କରିଦେଲା । ଖାଲି ସେତିକି ନୁହେଁ ଲୋକଙ୍କ ଧାନ ଫସଲ ମଧ୍ୟ ହାତୀ ନଷ୍ଟ କରୁଥିବା ଜଣା ପଡ଼ିଛି ।
ଦିନରେ ଧରଣୀଧର ପାଲି ସେକ୍ସନ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଗାଁରେ ପସି ଲୋକଙ୍କ ଘର ଭାଙ୍ଗୁଛି ହାତୀ । ହାତୀ ଉପଦ୍ରବକୁ ନେଇ ଲୋକମାନଙ୍କ ନିଦ ହଜିଗଲାଣି । ତେବେ ଯଥାଶୀଘ୍ର ହାତୀକୁ ସ୍ଥାନୀୟ ଅଞ୍ଚଳରୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।
Discover more from Emerging Odisha
Subscribe to get the latest posts sent to your email.