ପ୍ରକାଶ ପାଇଲା ନିଟ ପିଜି-୨୦୨୫ ପରୀକ୍ଷାଫଳ

Spread the love

 ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ   (ଏନବିଇଏମଏସ)  ଆଜି ( ଅଗଷ୍ଟ ୧୯)  ନ୍ୟାସନାଲ ଏଲିଜି ବିଲିଟି କମ୍  ଏଣ୍ଟ୍ରାନ୍ସ ଟେଷ୍ଟ-ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫) ର ଫଳାଫଳ ଘୋଷଣା କରିଛି ।  ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ ଏନବିଇଏମଏସର ଅଫିସିଆଲ୍ ୱେବସାଇଟ୍  natboard.edu.in କୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ ।  ପ୍ରାର୍ଥୀ ମାନେ ନିଜର ମାର୍କ ଦେଖିପାରିବା ସହ ରାଙ୍କ ଦେଖିପାରିବେ ।

ସୂଚନାଯୋଗ୍ୟ ଯେ ନିଟ୍ ପିଜି ୨୦୨୫ ଚଳିତ ମାସ ୩ ତାରିଖରେ ହୋଇଥିଲା  ।   ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପରୀକ୍ଷା ଗୋଟିଏ ଥରରେ ଆୟୋଜନ ହୋଇଥିଲା ।  ଏହି ଜାତୀୟ ସ୍ତରୀୟ ପରୀକ୍ଷା ଡାକ୍ତରୀ ସ୍ନାତକଙ୍କ ପାଇଁ ଏମଡି, ଏମଏସ, ଡିଏନବି, ଡଏନବି (ସିଧା ୬ ବର୍ଷିଆ ପାଠ୍ୟକ୍ରମ) ଏବଂ ପିଜି ଡିପ୍ଲୋମା ଭଳି ଶ୍ରେଷ୍ଠ ସ୍ନାତକୋତ୍ତର ଡାକ୍ତରୀ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରବେଶ ପାଇଁ ଦ୍ୱାର ଖୋଲିଥାଏ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading