ଧନଖଡ ଲଢ଼ିଥିଲେ ସଲମାନ ଖାନଙ୍କ ଷ୍ଣସାର ମୃଗ ଶିକାର ମାମଲା

Spread the love

ନୂଆଦିଲ୍ଲୀ ୨୬।୦୭; ଭାରତର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନିକଟରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଧନଖଡ ଦର୍ଶାଇଥିଲେ। ତେବେ ତାଙ୍କର ଏହି ଆକସ୍ମିକ ନିଷ୍ପତ୍ତି ବହୁତ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ପ୍ରସିଦ୍ଧ ଓକିଲ ଥିଲେ। ୧୯୯୮ ମସିହାରେ ସେ ସଲମାନ ଖାନଙ୍କ ସହ ଜଡ଼ିତ କୃଷ୍ଣସାର ମୃଗ ଶିକାର ମାମଲାରେ ମଧ୍ୟ ଲଢ଼ିଥିଲେ। ଏହି ମାମଲାରେ ସେ ସଲମାନ ଖାନ, ସୈଫ ଅଲୀ ଖାନ, ତବୁ, ନୀଲମ ଏବଂ ସୋନାଲୀ ବେନ୍ଦ୍ରେଙ୍କ ଭଳି ଅନ୍ୟ ଅଭିଯୁକ୍ତଙ୍କ ପାଇଁ ପକ୍ଷ ରଖିଥିଲେ। ଧନଖଡଙ୍କ ଯୋଗୁଁ ଏହି ଅଭିନେତାମାନେ ଜାମିନ ପାଇଥିଲେ।

ସୂରଜ ବଡ଼ଜାତିୟାଙ୍କ ନିର୍ଦ୍ଦେଶନାରେ ‘ହମ ସାଥ-ସାଥ ହେଁ’ ଚଳଚ୍ଚିତ୍ରର ସୁଟିଂ ସମୟରେ ରାଜସ୍ଥାନର ଯୋଧପୁରରେ କୃଷ୍ଣସାର ମୃଗ ଶିକାର ଘଟଣା ଘଟିଥିଲା। ଏହି ମାମଲାରେ ଦୁଇଟି କୃଷ୍ଣସାର ମୃଗ ଶିକାର ହୋଇଥିବା ଅଭିଯୋଗ ଉଠିଥିଲା। ଏହି ପରେ ସଲମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ବର୍ଷ ସଲମାନ ଖାନଙ୍କୁ ଗିରଫ କରିଥିଲା ଯୋଧପୁର ପୋଲିସ। ଏ ମାମଲାରେ ସଲମାନଙ୍କ ପାଇଁ ଯୁକ୍ତି କରିଥିବା ପ୍ରଥମ ଓକିଲ ଥିଲେ ଧନଖଡ। ଜଗଦୀପ ଧନଖଡ଼ ସେହି ଓକିଲମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ ସଲମାନ ଏବଂ ଅନ୍ୟ ଅଭିନେତାମାନଙ୍କୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୮ରେ ସେ ସଲମାନ ଓ ଅନ୍ୟମାନଙ୍କୁ ଜାମିନ ଦେଇଥିଲେ। ସେତେବେଳେ ଧନଖଡଙ୍କ ସହଯୋଗୀ ଭାବେ କାମ କରିଥିବା ପ୍ରବୀଣ ବଲୱାଡା ଗଣମାଧ୍ୟମକୁ କହିଛନ୍ତି କେବଳ ସେହି ସମୟ ମଧ୍ୟରେ ଧନଖଡ଼ ସଲମାନଙ୍କ ପାଇଁ ମାମଲା ଲଢ଼ିଥିଲେ। ଏହା ପରେ ସେ ଏହି ମାମଲାରେ ଜଡ଼ିତ ନଥିଲେ।

୧୯୯୮ରେ ଧନଖଡ଼ ଏହି ମାମଲା ସମ୍ପର୍କରେ ରେଡିଫକୁ ଏକ ସାକ୍ଷାତକାର ମଧ୍ୟ ଦେଇଥିଲେ। ସଲମାନ ଏବଂ ଅନ୍ୟ ଅଭିନେତାମାନେ ଚଳଚ୍ଚିତ୍ର ସୁଟିଂ ସମୟରେ ଶିକାରକୁ ଯାଇଥିଲେ କି ନାହିଁ ତାହା ଉପରେ ପଚରାଯାଇଥିବା ଏକ ପ୍ରଶ୍ନରେ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ତାଙ୍କ ମତରେ, ଯେତେବେଳେ ପୋଲିସ ସଲମାନଙ୍କୁ ଗିରଫ କରିଥିଲା, ସେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ। ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ ଥିଲା। କୋର୍ଟରେ ଧନଖଡ଼ ଗାଁ ଲୋକଙ୍କ ବୟାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମତରେ, “ଗାଁ ଲୋକମାନେ କହୁଛନ୍ତି ଯେ ଏହି କଳାକାରମାନଙ୍କ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସମ୍ପୃକ୍ତି ଥିଲା। କିନ୍ତୁ ୩ ସପ୍ତାହ ପରେ ଅଭିଯୋଗ ଦାଖଲ କରିବା ଅପେକ୍ଷା ସେହି ସମୟରେ ସେମାନେ ଅଭିଯୁକ୍ତମାନଙ୍କୁ କାହିଁକି ପିଛା କରି ନଥିଲେ? ତିନି ସପ୍ତାହ ପରେ କାହିଁକି ଅଭିଯୋଗ କରାଗଲା?”


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading

Subscribe