ବେଳେବେଳେ କିଛି ଘଟଣା ମନକୁ ଭାରି ଆନ୍ଦୋଳିତ କରେ । କାରଣ ଏମିତି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଯାହା ଦେଖିଲେ ପ୍ରଶ୍ନ ଉଠେ ସତରେ କଣ ଆମ ବ୍ୟବସ୍ଥା ଏମିତି । ସବୁ ବ୍ୟବସ୍ଥା ଥାଇ ମଧ୍ୟ ଆମେ ନିସ୍ବ .. ଆପଣମାନେ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ ଏହାର ଉଦ୍ଦ୍ୟେଶ କଣ କିନ୍ତୁ ମହାରାଷ୍ଟ୍ରର ନାଗପୁର ଜିଲ୍ଲାରୁ ଏକ ଦୃଦୟବିଦାରକ ଘଟଣା ଦେଖିବା ପରେ ଆପଣ ବି ନ ଭାବି ରହିପାରିବେନି । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ସିଓନିର ବାସିନ୍ଦା ଅମିତ ଯାଦବ ରକ୍ଷାବନ୍ଧନ ପାଳନ କରିବାକୁ ତାଙ୍କ ସ୍ତ୍ରୀ ଗ୍ୟାରସିଙ୍କୁ ବାଇକରେ ବସାଇ ଭଉଣୀ ଘରକୁ ଯାଉଥିଲେ ।
ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଅମିତଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଗ୍ୟାରସି ବାଇକରୁ ଛିଟିକି ରାସ୍ତାରେ କଚାଡ଼ି ହୋଇପଡ଼ିଥିଲେ । ଦୁର୍ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଦୁର୍ଘଟଣାପରେ ଅମିତ ଯାଦବ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। କିନ୍ତୁ ତାଙ୍କୁ କେହି ସାହାଯ୍ୟ କରି ନଥିଲେ କି ମୃତଦେହକୁ ନେବାପାଇଁ କୌଣସି ଗାଡ଼ି ରାସ୍ତାରେ ଅଟକି ନଥିଲା। ଶେଷରେ ଅମିତ କିଛି ଉପାୟ ନପକାଇ ମୃତଦେହକୁ ନିଜ ବାଇକରେ ବାନ୍ଧି ଘର ଅଭିମୁଖେ ବାହାରିଥିଲେ ।
ବାଇକରେ ସ୍ତ୍ରୀଙ୍କ ମୃତଦେହ ବାନ୍ଧୁଥିବା ସମୟରେ ଅମିତ ଯେମିତି ତାଙ୍କ ସ୍ତ୍ରୀଙ୍କୁ କହିଥିଲେ , ‘ ମନ ଉଣା କରିବ ନାହିଁ । ଅନେକ ଲୋକଙ୍କୁ ସାହାଯ୍ୟ ମାଗିଲି। କିନ୍ତୁ କୌଣସି ପ୍ରକାର ସାହାଯ୍ୟ ନମିଳିବାରୁ ବାଧ୍ୟ ହୋଇ ମୋ ବାଇକ ପଛରେ ତୁମକୁ ବାନ୍ଧି ନେଉଛି।’
ସ୍ତ୍ରୀଙ୍କ ମୃତଦେହକୁ ବାଇକ ପଛରେ ବାନ୍ଧି ନେଇ ଯାଉଥିବା ବେଳେ ଅଧାବାଟରେ ପୁଲିସ ଅମିତଙ୍କୁ ଅଟକାଇ ଘଟଣା ବିଷୟରେ ପଚାରି ବୁଝିଥିଲା। ଅମିତଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ପୁଲିସ ଗ୍ୟାରସିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରକ ଚାଳକଙ୍କୁ କାବୁ କରିବା ପାଇଁ ତଦନ୍ତ କରୁଛି ପୁଲିସ।
Discover more from Emerging Odisha
Subscribe to get the latest posts sent to your email.