ଜମ୍ମୁ କଶ୍ମୀରରେ ବାଦଲ ଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

Spread the love

ପ୍ରଳୟର ୩ ଦିନ ପରେ ବି ମାଟି, କାଦୁଅ ତଳୁ ଚାଲିଛି ଜୀବନ ସନ୍ଧାନ

ବାଦଲ ଫଟା ବର୍ଷାରେ ଜମ୍ମୁ ଓ କାଶ୍ମୀର କିସ୍ତୱାରରେ ସବୁକିଛି ଧ୍ବସ୍ତ ବିଧ୍ବସ୍ତ

ଏଯାଏଁ  ପ୍ରାୟ ୭୦ ମୃତଦେହ ଉଦ୍ଧାର

ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭାରତର ଭୂ ସ୍ୱର୍ଗ ଜମ୍ମୁ କଶ୍ମୀର । ଯେଉଁଠିକୁ ଜୀବନ କାଳରେ ଥରୁଟିଏ ହେଉ ପଛେ ବୁଲିଯିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । ଏହାର ସୌନ୍ଦର୍ଯ୍ୟ ଏହାର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରେ । ହେଲେ ଏବେ ଏହି ସ୍ଥାନର ସ୍ଥିତି ପୁରା ବେହାଲ । କାରଣ ପ୍ରକୃତି ଏଠି ତାଣ୍ଡବ ରଚିଛି ।

ପ୍ରଳୟର ୩ ଦିନ ପରେ ବି ମାଟି, କାଦୁଅ ତଳୁ ଚାଲିଛି ଜୀବନ ସନ୍ଧାନ । ଆଉ ଯିଏ ବଞ୍ଚି ଯାଇଛି ସେ ଖୋଜୁଛି ନିଜ ଘର ଠିକଣା । ହେଲେ ଏଠି ଘର ନାହିଁ କି ଦ୍ବାର ନାହିଁ । ନିଜ ଅଞ୍ଚଳକୁ ଚିହ୍ନିବା ବି ମୁସ୍କିଲ । ପ୍ରକୃତିର ତାଣ୍ଡବ ଯେ କେତେ ଭୟଙ୍କର, ଏ ଭିଡିଓରୁ ଅନୁମାନ କରି ହେଉଥିବ । ଜମ୍ମୁ ଓ କାଶ୍ମୀର କିସ୍ତୱାରରେ ପ୍ରଳଙ୍କକାରୀ ତାଣ୍ଡବ ସବୁକିଛି ଧ୍ବସ୍ତ ବିଧ୍ବସ୍ତ କରି ଦେଇଛି । ଏଯାଏଁ ପ୍ରାୟ ୭୦ ମୃତଦେହ ଉଦ୍ଧାର ହୋଇଥିବା ବେଳେ,ଏବେ ବି ଅନେକ ନିଖୋଜ ଅଛନ୍ତି ।

ଭାରତୀୟ ସେନା, NDRF, SDRF, Police ଏବଂ ସ୍ଥାନୀୟ ପ୍ରଶାସନ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ । ଉଚ୍ଛୁଳା ପାଣି ସୁଅରେ ଅନେକ ଭାସି ଯାଇଛନ୍ତି । ବାଦଲ ଫଟା ବର୍ଷା ସବୁକିଛି ଉଜାଡ଼ି ଦେଇଛି । ୨୫ ଜୁଲାଇରୁ ଆରମ୍ଭ ହୋଥିବା ସ୍ଥାନୀୟ ମଚେଲ ମାତା ଯାତ୍ରାରେ ସାମିଲ ଶ୍ରଦ୍ଧାଳୁଙ୍କ ସମେତ ୨୦୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଶତାଧିକ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । କିସ୍ତୱାରର ଚସୋତି ଗାଁରେ ବିପର୍ଯ୍ୟୟରେ ୨ ଜଣ ଯବାନଙ୍କ ଜୀବନ ଯାଇଛି । ସେପଟେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କିପରି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading