ଛତିଶଗଡ଼ ସୁକମା ପେଣ୍ଟାପାଦରୁ ୩ ମାଓବାଦୀ ଗିରଫ

Spread the love

ଛତିଶଗଡ଼ ସୁକମା ପେଣ୍ଟାପାଦରୁ ୩ ମାଓବାଦୀ ଗିରଫ ଜିଲ୍ଲା ପୋଲିସ ଓ CRPF ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ଧରାପଡ଼ିଲେ
ଟିଫିନ୍ ବୋମା, ଇଲେକ୍ଟ୍ରିକ୍ ଡେଟୋନେଟର ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

୩ ମାଓବାଦୀ ଗିରଫ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓ ବିରୋଧୀ ଅଭିଯାନ ବେଳେ ଚିନ୍ତାଗୁଫା ଥାନା ପେଣ୍ଟାପାଦ ଗ୍ରାମରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଜିଲ୍ଲା ପୋଲିସ ଓ CRPF ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରାଯାଇଛି । ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି । ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୫ ମିଟର କର୍ଡେକ୍ସ ତାର, ୫ଟି ଜିଲେଟିନ୍ ରଡ୍, ୧୦ ମିଟର ଇଲେକ୍ଟ୍ରିକ୍ ତାର ଜବତ କରାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading