ଚୀନ୍‌ର ସାମ୍ନା କରିବାକୁ ହେଲେ ଆମେରିକାକୁ ଭାରତର ସମର୍ଥନ ଜରୁରୀ: ନିକ୍କି ହାଲେ

Spread the love

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୨୫% ମୂଳ ଶୁଳ୍କ ଏବଂ ରୁଷରୁ ଅଶୋଧିତ ତୈଳ କ୍ରୟ ନେଇ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହି ଭାରୀ ଶୁଳ୍କ ପାଇଁ ଏବେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଆମେରିକା ଏବେ ପାକିସ୍ତାନ ସହ ନିଜ ସମ୍ପର୍କ ମଜବୁତ କରିବାରେ ଲାଗିପଡ଼ିଛି। ଏମଧ୍ୟରେ ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲି ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ିବାକୁ ଯାଉଛି। ଯଦି ଆମେରିକା ଚୀନର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାକୁ ରୋକିବାକୁ ଚାହେଁ, ତେବେ ତାକୁ ଭାରତ ସହିତ ସମ୍ପର୍କକୁ ପ୍ରାଥମିକତା ଦେବାକୁ ପଡିବ।

ବୁଧବାର ନ୍ୟୁଜୱିକ୍‌ରେ ପ୍ରକାଶିତ ଏକ ଲେଖାରେ, ହେଲି ଲେଖିଛନ୍ତି ଯେ, ଆମେରିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାକୁ ଅଣଦେଖା କରିବା ଉଚିତ୍ ନୁହେଁ ଯେ ଆମର ଲକ୍ଷ୍ୟ ହେଉଛି ଚୀନ୍। ଚୀନର ସମ୍ମୁଖୀନ ହେବା ପାଇଁ ଆମେରିକା ପାଖରେ ଭାରତ ରୂପରେ ଜଣେ ବନ୍ଧୁ ରହିବା ଉଚିତ। 

ହେଲିଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ବାଣିଜ୍ୟ ବିବାଦ ଏବଂ ରୁଷୀୟ ତୈଳ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ହେଲି ସ୍ୱୀକାର କରିଛନ୍ତି ଯେ, ଭାରତ ତେଲ କିଣିବା ଯୋଗୁଁ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଆର୍ଥିକ ସହାୟତା ପାଉଛି। କିନ୍ତୁ ଭାରତ ସହ ଶତ୍ରୁ ପରି ବ୍ୟବହାର କରିବା ବହୁତ ବଡ଼ ଭୁଲ ହେବ। ଏସିଆରେ ଚୀନର ପ୍ରାଧାନ୍ୟ ସହିତ ପ୍ରତିଯୋଗିତା କରିପାରିବା ଭଳି ଏକମାତ୍ର ଦେଶ ହେଉଛି ଭାରତ। ଭାରତ ପାଖରେ ଚୀନ ସହ ମୁକାବିଲା କରିବା ଭଳି ଉତ୍ପାଦନ କ୍ଷମତା ଅଛି। ତେଣୁ ଆମେରିକା ଏବେ ଭାରତ ସହ ସମ୍ପର୍କ ଖରାପ କରିବା ଉଚିତ୍ ନୁହେଁ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading