ଘର ଗୋଡ଼ ପୋଛାରେ ମହାପ୍ରଭୁଙ୍କ ମୁହଁ, ଭକ୍ତଙ୍କ ମନରେ ଆଘାତ

Spread the love

ଚାଇନିଜ୍‌ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଗୋଡ଼ ପୋଛା ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହି ଅପମାନଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ଓ ଭକ୍ତମାନେ ତୀବ୍ର ପ୍ରତିବାଦ ଜଣାଇଛନ୍ତି।

ସୋସିଆଲ ମିଡିଆରେ ଜଗନ୍ନାଥପ୍ରେମୀମାନେ କହିଛନ୍ତି, “ମହାପ୍ରଭୁଙ୍କ ଛବିକୁ ଗୋଡ଼ ପୋଛାରେ ବ୍ୟବହାର କରି ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ କରାଯାଇଛି।” ଏହାକୁ ତୁରନ୍ତ ଅନଲାଇନ ପ୍ଲାଟଫର୍ମରୁ ହଟାଇବା ସହ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି।

ଏହା ପୂର୍ବରୁ ମଧ୍ୟ ଅନୁରୂପ ଘଟଣାରେ ହିନ୍ଦୁ ଦେବଦେବୀଙ୍କ ଛବି ଅନୁଚିତ ଭାବେ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଏକ୍ସରେ ଅନେକ ପୋଷ୍ଟରେ ଏହାକୁ “ଧାର୍ମିକ ଅସମ୍ମାନ” ଓ “ହିନ୍ଦୁ ବିରୋଧୀ କାର୍ଯ୍ୟ” ବୋଲି ବର୍ଣ୍ଣନା କରାଯାଇଛି। ଜଗନ୍ନାଥପ୍ରେମୀ ଓ ଧାର୍ମିକ ସଂଗଠନମାନେ ଅଲି ଏକ୍ସପ୍ରେସ ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ତରଫରୁ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। ଭକ୍ତମାନେ ଏହାକୁ ଗମ୍ଭୀର ଧାର୍ମିକ ଅପମାନ ବୋଲି ବିବେଚନା କରି ଏହାର ତୁରନ୍ତ ନିରାକରଣ ପାଇଁ ଦାବି ଜାରି ରଖିଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading