ଗାଜାର ବିମାନ ଉପରେ ଆକ୍ରମଣ କରିଛି ଇସ୍ରାଏଲ, ୨୦ ମୃତ

Spread the love

ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏକ ରିପୋର୍ଟରୁ ଜଣାପଡିଛି ଯେ ମୃତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଆକ୍ରମଣ ଦକ୍ଷିଣ ଗାଜାର ଏକ ହସ୍ପିଟାଲ ଉପରେ କରାଯାଇଛି ।

ସୂଚନାନୁଯାୟୀ, ଯେଉଁ ସମୟରେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ଦଖଲ କରିବାକୁ ଯୋଜନା ଅନୁମୋଦନ କରୁଥିଲା ସେହି ସମୟରେ ଗାଜାରେ ଆକ୍ରମଣ ହୋଇଛି । ସୁରକ୍ଷା କ୍ୟାବିନେଟଠାରୁ ଅନୁମୋଦନ ପାଇବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ସମଗ୍ର ଅଞ୍ଚଳକୁ ପୁଣି ନିୟନ୍ତ୍ରଣ କରିବା ସହିତ ହମାସ ବିରୋଧୀ ବନ୍ଧୁ ଆରବୀୟମାନଙ୍କୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି ।

ଆପଣଙ୍କୁ କହିରଖୁଛୁ ଯେ, ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କୀ ଇସ୍ରାଏଲରେ ପଶି ଆକ୍ରମଣ କରିଥିଲେ । ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ । ହମାସର ଏହି ଆକ୍ରମଣ ପରେ ଇସ୍ରାଏଲ ବର୍ତ୍ତମାନ ପ୍ରତିଶୋଧ ପରାୟଣ ହୋଇ ଜବାବ୍ ଦେଉଛି । ବର୍ତ୍ତମାନ ସୁଦ୍ଧା ଇସ୍ରାଲର ଆକ୍ରମଣ ଜାରି ରହିଛି । ଯାହା ଗାଜାର ଏକ ଧ୍ବଂସାବଶେଷ ପାଲଟିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading