କଇଁଛ ବୋଝେଇ ବୋଲେରୋ ଜବତ, ୩ ଗିରଫ

Spread the love

କାଲିମେଳା, ୦୬/୦୮ : ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗକୁ ବଡ଼ ସଫଳତା। କୋଣ୍ଟା ବ୍ରିଜ ଉପରୁ କଇଁଛ ବୋଝେଇ ବୋଲେରୋ ଜବତ। ୧୦୭୮ଟି କଇଁଛ ଉଦ୍ଧାର ହେବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୋଟୁ ବନ ବିଭାଗ। 

ସୂଚନାନୁଯାୟୀ, ମାଲକାନଗିରି ବନାଧିକାରୀ ସାଇ କିରଣ ଡିଏନ କଇଁଛ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ। ସୋମବାର ବିଳମ୍ବିତ ରାତିରେ ମୋଟୁ ବନ ବିଭାଗର ୨ଟି ଟିମ୍‌କୁ ଛତିଶଗଡ଼ର କୋଣ୍ଟା ବ୍ରିଜ୍ ଏବଂ ମୋଟୁ ବ୍ରିଜ୍ ନିକଟରେ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ମୋଟୁ ମୁଖ୍ୟ ବନପାଳ ମୁରଲୀଧର ଅନୁଗୁଳିଆ କୋଣ୍ଟା ବ୍ରିଜ ଉପରେ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ଅଟକାଇଥିଲେ। ଗାଡିଟିକୁ ଯାଞ୍ଚ କରିବା ବେଳେ ଉକ୍ତ ଗାଡିରୁ ପାଖାପାଖି ୧୦୭୮ଟି କଇଁଛ ଉଦ୍ଧାର ହୋଇଥିଲେ। ସେଥିରୁ ୯୧୦ଟି ଜୀବନ୍ତ କଇଁଛ ଥିବା ବେଳେ ୧୬୮ଟି ମୃତ କଇଁଛ ରହିଥିଲେ। 

କଇଁଛ ଚୋରା ଚାଲାଣ ଅଭିଯୋଗରେ ମୋଟୁ ବନ ବିଭାଗ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ସୁକମା ଜିଲ୍ଲା ଦରନାପାଲ ଅଞ୍ଚଳର ଯୁଗଳ ଚନ୍ଦ୍ର ଦେ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଏମଭି-୭୯ ଥାନା ଅନ୍ତର୍ଗତ ସୁକୁମାର ତରଫଦାର ଏବଂ ବିଶ୍ୱନାଥ ମଣ୍ଡଳ ବୋଲି ଜଣାପଡିଛି। ତେବେ ସେମାନେ ଏହି କଇଁଛ ଗୁଡିକୁ ଆନ୍ଧ୍ରପ୍ରଦେଶରୁ ଏମଭି-୭୯ ଥାନା ଅନ୍ତର୍ଗତ ଏମପିଭି-୬୫ ଗ୍ରାମକୁ ଖାଇବା ଏବଂ ବିକ୍ରୟ ଉଦ୍ଦେଶ୍ୟରେ ଚାଲାଣ କରୁଥିବା ମୋଟୁ ବନ ବିଭାଗ ସୂଚନା ଦେଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading