ଓଡ଼ିଶା ପାଇଁ ଗୌରବ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

Spread the love

୨୦୨୩ ପାଇଁ ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ପୁରସ୍କାର ଗତ ଶୁକ୍ରବାର ଦିନ ଘୋଷଣା ହୋଇଥିବା ବେଳେ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମିଳିବ ଜାତୀୟ ପୁରସ୍କାର । ଯାହା ଓଡ଼ିଆ ସିନେ ଜଗତ ପାଇଁ ଏକ ଖୁସିର ଖବର ହୋଇଥିବା ବେଳେ ଇତିମଧ୍ୟରେ ଆଉ ଏକ ସୁସମ୍ବାଦ ସିନେପ୍ରେମୀଙ୍କ ମୁହଁରେ ଫୁଟାଇଛି ହସ । ସିନେ ଜଗତର ସ୍ବର୍ଣ୍ଣିମ ଅଧ୍ୟାୟରେ ଯୋଡ଼ିଛି ନୂଆ ଏକ ସୁନେଲୀ ଫର୍ଦ୍ଦ । ଆଉ ସେହି ପୃଷ୍ଠା ଯୋଡ଼ି ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ସହ ରାଜ୍ୟ ପାଇଁ ପ୍ରକୃତି ଆଣିଛନ୍ତି ଗୌରବ, ସାଉଁଣ୍ଟିଛନ୍ତି ପ୍ରଶଂସା । 

ନିଜ ଅଭିନୟର ଯାଦୁ ଦେଖାଇ ପୂର୍ବରୁ ପ୍ରକୃତି ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ବେଳେ ଏବେ ଜାତୀୟସ୍ତରରେ ଜୁରି ଭାବେ ଏକ ଦାୟିତ୍ବପୂର୍ଣ୍ଣ ଭାର ସମ୍ଭାଳି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବା ସହ ଜାତୀୟ ସ୍ତରରେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ର ଦେଶର ସର୍ବକନିଷ୍ଠ ଜୁରି ସଦସ୍ୟ ଭାବେ ଦାୟିତ୍ବ ତୁଲାଇଛନ୍ତି । 

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଫିଚର ଫିଲ୍ମ ବର୍ଗ ପାଇଁ କେନ୍ଦ୍ରୀୟ ପ୍ୟାନେଲରେ ସେ ଜୁରି ସଦସ୍ୟ ରହିଛନ୍ତି । କେନ୍ଦ୍ରୀୟ ଜୁରି ପ୍ୟାନେଲରେ ଥିବା ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଥିବା ବେଳେ କମ୍ ବୟସରୁ ଏତେ ବଡ଼ ସଫଳତା ପାଇ ସେ ଓଡ଼ିଶାର ନାଁକୁ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି । ପ୍ୟାନେଲରେ ସେ ଜୁରି ସଦସ୍ୟ ରହିଛନ୍ତି । କେନ୍ଦ୍ରୀୟ ଜୁରି ପ୍ୟାନେଲରେ ଥିବା ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଥିବା ବେଳେ କମ୍ ବୟସରୁ ଏତେ ବଡ଼ ସଫଳତା ପାଇ ସେ ଓଡ଼ିଶାର ନାଁକୁ ଜାତୀୟ ସ୍ତରରେ ଉଚ୍ଚ କରିଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading