ଏମ୍‌ବିବିଏସ୍‌ ନାମଲେଖାରେ ୧୮ ହଜାର ଛାତ୍ରୀଛାତ୍ରଙ୍କ ଦସ୍ତାବିଜ୍‌ ନକଲି: ଇଡି

Spread the love

ନୂଆଦିଲ୍ଲୀ, ୨୬ା୮: ଘରୋଇ ମେଡିକାଲ କଲେଜଗୁଡ଼ିକରେ ଏନ୍‌ଆର୍‌ଆଇ କୋଟାରେ ବଡ଼ ଦୁର୍ନୀତି ଚାଲିଥିବା ସୋମବାର ଇଡି ସୂଚନା ଦେଇଛି। ନକଲି ଏନ୍‌ଆର୍‌ଆଇ ସାର୍ଟିଫିକେଟ ସମେତ ବିଭିନ୍ନ ନକଲି ଦସ୍ତାବିଜ୍‌ ବଳରେ ଏମ୍‌ବିବିଏସ୍‌, ୟୁଜି ଏବଂ ପିଜି ପାଠ୍ୟକ୍ରମ ପାଇଁ ଛାତ୍ରୀଛାତ୍ର ନାମ ଲେଖାଉଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଭିନ୍ନ ବିଦେଶୀ ମିଶନ ଓ ଦୂତାବାସ ସହାୟତାରେ ହୋଇଥିବା ଯାଞ୍ଚ୍‌ ଅନୁଯାୟୀ, ୧୮ ହଜାର ରିଜର୍ଭ ସିଟ୍‌ରେ ଛାତ୍ରୀଛାତ୍ର ନକଲି ଦସ୍ତାବିଜକୁ ବ୍ୟବହାର କରି ନାମ ଲେଖାଇଛନ୍ତି। ଏନ୍‌ଆର୍‌ଆଇଙ୍କୁ ସମ୍ପର୍କୀୟ ଭାବେ ଦର୍ଶାଯାଇ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ କରାଯାଇଛି। ନକଲି ଏନ୍‌ଆରଆଇ ସାର୍ଟିଫିକେଟ ପ୍ରସ୍ତୁତ ପାଇଁ କିଛି କଲେଜ ପକ୍ଷରୁ ଏଜେଣ୍ଟମାନଙ୍କୁ ପେମେଣ୍ଟ କରାଯାଉଥିଲା। ଫଳରେ ଏଜେଣ୍ଟମାନେ ନକଲି ଦସ୍ତାବିଜ୍‌ ପ୍ରସ୍ତୁତ କରୁଥିଲେ। ଇଡି ଅନେକ ମେଡିକାଲ କଲେଜରେ ଚଢ଼ାଉ କରି ନକଲି ଏନ୍‌ଆର୍‌ଆଇ ସାର୍ଟିଫିକେଟ ଜବତ କରିଛି। ଏଜେଣ୍ଟମାନେ ଲାଞ୍ଚ ନେଇ ନକଲି ଫ୍ୟାମିଲି ଟ୍ରି ପ୍ରସ୍ତୁତ କରି ଛାତ୍ରୀଛାତ୍ରଙ୍କୁ ଏନ୍‌ଆର୍‌ଆଇଙ୍କ ସମ୍ପର୍କୀୟ ଦର୍ଶାଉଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading