କମାଲ କରିଛନ୍ତି ଭାରତର ଯୁବ ଚେସ ଖେଳାଳି ଦିବ୍ୟା ଦେଶମୁଖ। ସେ ଦେଶ ପାଇଁ ଜିତିଛନ୍ତ ମହିଳା ଚେସ୍ ବିଶ୍ୱକପ ୨୦୨୫ର କ୍ରାଉନ। ଜର୍ଜିଆରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ୧୯ ବର୍ଷୀୟ ଦିବ୍ୟା ତାଙ୍କ ଠାରୁ ୨ ଗୁଣ ବଡ଼ ତଥା ଭାରତର କିମ୍ବଦନ୍ତୀ ମହିଳା ଚେସ ଖେଳାଳି କୋନେରୁ ହମ୍ପିଙ୍କୁ ଟାଇ ବ୍ରେକରରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି।
୧୯ ବର୍ଷ ବୟସରେ ଦିବ୍ୟା ଫିଡେ ମହିଳା ଚେସ୍ ବିଶ୍ୱକପ୍ ଜିତିବାର ଖ୍ୟାତି ଅର୍ଜନ କରିଛନ୍ତି। ୨୦୨୪ରେ ଦିବ୍ୟା ଜୁନିୟର ବିଶ୍ୱ ଚାମ୍ପିୟନ୍ ଟାଇଟଲ୍ ବି ଜିତିଥିଲେ। ଆଜି ଚାମ୍ପିୟନ ହେବା ପରେ ଦିବ୍ୟା ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି।