ଭାରତ ପ୍ରଥମ ଇନିଂସରେ ୨୨୪ ରନ୍ରେ ଅଲ୍ଆଉଟ୍। ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୭ ରନ୍ରେ ଅଲ୍ଆଉଟ୍। ଭାରତ ଦ୍ୱିତୀୟ ଇନିଂସରେ ୩୯୬ ରନ୍ରେ ଅଲ୍ଆଉଟ୍।ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୬ ୱିକେଟ ହରାଇ କରିଛି ୩୩୯ ରନ୍।
ଆଜି ମ୍ୟାଚର ୫ମ ଦିବସ ହୋଇଥିବା ବେଳେ ଇଂଲଣ୍ଡକୁ ବିଜୟୀ ପାଇଁ ଦରକାର ମାତ୍ର ୩୫ ରନ୍। ସେହିପରି ଏହି ମ୍ୟାଚ ଜିତିବାକୁ ଭାରତ ଦରକାର ୪ଟି ୱିକେଟ।
ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। କେହି ଭଲ ଖେଳି ନଥିଲେ। କରୁଣ ନାୟାର ସର୍ବାଧିକ ୫୭ ରନ୍ କରିଥିଲେ। ସାଇ ସୁଦର୍ଶନ ୩୮ ରନ୍ କରିଥିବା ବେଳେ ଶୁବମନ ଗିଲ ୨୧, ୱାଶିଂଟନ ସୁନ୍ଦର ୨୬, କେଏଲ ରାହୁଲ ୧୪, ଯଶସ୍ୱୀ ଜୈସୱାଲ ୨, ରବୀନ୍ଦ୍ର ଜାଡେଜା ୯ ରନ୍ କରିଥିଲେ। ମହମ୍ମଦ ସିରାଚ ଓ ପ୍ରସିଦ୍ଧ କ୍ରିଷ୍ଣା ଖାତା ଖୋଲିପାରି ନଥିଲେ।
ଜବାବରେ ପ୍ରଥମ ପାଳିରେ ଇଂଲଣ୍ଡ ୨୪୭ ରନ୍ କରିଥିଲା। ଜ୍ୟାକ୍ କ୍ରଲୀ ଓ ବେନ୍ ଡକେଟଙ୍କ ଯୋଡ଼ି ଦଳକୁ ଭଲ ପ୍ରାରମ୍ଭ ଦେଇଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିଯିବା ପରେ ଇଂଲଣ୍ଡ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। କ୍ରଲୀ ୬୪ ଓ ଡକେଟ ୪୩ ରନ୍ କରି ଆଉଟ୍ ହୋଇଥିଲେ। ତେବେ ୫ ନମ୍ବରରେ ଆସିଥିବା ହ୍ୟାରୀ ବ୍ରୁକ୍ ୫୩ ରନ୍ କରି ଦଳୀୟ ସ୍କୋରକୁ ଟିକେ ବଢାଇଥିଲେ। ଓଲି ପୋପ୍ ୨୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଜୋ ରୁଟ୍ ୨୯ ରନ୍ କରି ଆଉଟ୍ ହୋଇଥିଲେ। ଏମାନଙ୍କୁ ଛାଡ଼ି ଦେଲେ ଅନ୍ୟ ଆଦୌ ଖେଳି ପାରି ନଥିଲେ। ଫଳରେ ୬,୮,୧୧ ଓ ଶୂନରେ ଆଉଟ୍ ହୋଇଥିଲେ। ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିବାକୁ ଇଂଲଣ୍ଡ ମାତ୍ର ୨୩ ରନ୍ ଲିଡ୍ ନେଇଥିଲା।
ଦ୍ୱିତୀୟ ଇନିଂସରେ ଭାରତ ଅପେକ୍ଷାକୃତ ଭଲ ଖେଳିଥିଲା। ବିଶେଷ କରି ପ୍ରାରମ୍ଭରେ ଯଶସ୍ୱୀ ଜୈସୱାଲ ଓ ଆକାଶ ଦୀପ ଏକ ଭଲ ସ୍କୋର ଦେବା ପରେ ଶେଷ ଆଡ଼କୁ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଅର୍ଦ୍ଧଶତକ କରି ଦଳୀୟ ସ୍କୋରକୁ ୩୯୬ରେ ପହଞ୍ଚାଇଥିଲେ। ଜୈସୱାଲ ୧୬୪ ବଲ୍ରୁ ୧୧୮ ରନ୍ କରି ଆଉଟ୍ ହୋଇଥିଲେ। ଆକାଶ ଦୀପ ୯୪ଟି ବଲ୍ରୁ ୬୬ ରନ୍ କରିଥିବା ବେଳେ ଜାଡେଚା ଓ ୱାଶିଂଟନ ସୁନ୍ଦର ୫୩ ରନ୍ ଲେଖାଏଁ କରିଥିଲେ। ଧ୍ରୁବ ଜୁଏଲ ୩୪ ରନ୍ କରିଥିବା ବେଳେ କେଏଲ ରାହୁଲ ୭, ସାଇ ସୁଦର୍ଶନ ୧୧, ଶୁବମନ ଗିଲ ୧୧ ଓ କରୁଣ ନାୟାର ୧୭ ରନ୍ କରିଥିଲେ।
ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୧୦୬ ରନ୍ରେ ୩ଟି ୱିକେଟ୍ ହରାଇଥିଲା। କିନ୍ତୁ ତା’ପରେ ପ୍ରାୟ ୩୫ ଓଭର ଧରି ଦଳ ଆଦୌ ୱିକେଟ୍ ହରାଇ ନଥିଲା। ଜୋ ରୁଟ୍ ଓ ହ୍ୟାରୀ ବ୍ରୁକ୍ ଭାରତୀୟ ଦଳ ପାଇଁ କଣ୍ଟା ସାଜିଲେ। ଏହି ଯୋଡ଼ି ଭାଙ୍ଗିଲା ବେଳକୁ ଦଳର ସ୍କୋର ୩୦୧ରେ ପହଞ୍ଚି ସାରିଥିଲା। ହ୍ୟାରୀ ବ୍ରୁକ୍ ୯୮ ବଲ୍ରେ ୨ ଛକା ଓ ୧୪ ଚୌକା ସହାୟତାରେ ୧୧୧ ରନ୍ କରି ଆକାଶ ଦୀପଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ଜୋ ରୁଟ୍ ଖେଳ ବଜାୟ ରଖି ଶତକ ପୂରଣ କରିଥିଲେ। ସେ ଆଉଟ୍ ହେବା ସହିତ ଚତୁର୍ଥ ଦିବସ ଖେଳ ଶେଷ ଆଡକୁ ଇଂଲଣ୍ଡ ଆଉ ୨ଟି ୱିକେଟ ହରାଇଥିଲା।
Discover more from Emerging Odisha
Subscribe to get the latest posts sent to your email.