ଆଫଗାନିସ୍ତାନରେ ୬.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ୨୦ରୁ ଅଧିକ ମୃତ

Spread the love

ନୂଆଦିଲ୍ଲୀ: ମଧ୍ୟରାତ୍ରୀରେ ଥରିଲା ଆଫଗାନିସ୍ତାନ । ଶକ୍ତିଶାଳୀ ଭୂମିକମ୍ପରେ ୨୦ରୁ ଅଧିକ ମୃତ୍ୟୁ ଆଶଙ୍କା, ଶତାଧିକ ଆହତ । ରାତିରେ ସମସ୍ତେ ଶୋଇଥିବା ବେଳେ ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରେକର୍ଡ କରାଯାଇଛି । ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପର ଝଟ୍‌କା ଭାରତର ଅନେକ ସ୍ଥାନାରେ ଅନୁଭୂତ ହୋଇଛି ।


ଆଫଗାନର ନାଙ୍ଗରହାର ଜନ ସ୍ଵାସ୍ଥ୍ୟ ବିଭାଗ ଅନୁସାରେ, ଭୂମିକମ୍ପରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୂମିକମ୍ପ ଫଳରେ ଏକାଧିକ ସ୍ଥାନରେ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ କୋଠା ମଧ୍ୟ ଭୁଶୁଡ଼ି ପଡ଼ିଛି ।


ସୂଚନା ଅନୁସାରେ, ଜଲାଲାବାଦରୁ ୨୭ କିଲୋମିଟର ଦୂର ପୂର୍ବ-ଉତ୍ତରପୂର୍ବରେ ରାତି ପ୍ରାୟ ୧୨ଟା ୪୭ରେ ଭୂମିକମ୍ପ ଆସିଥିବା ବେଳେ ଏହାର ଗଭୀରତା ୮ କିଲୋମିଟର ଥିଲା । ତେବେ ଭୂମିକମ୍ପରେ ଆଫଗାନିସ୍ତାନରେ ପ୍ରକୃତରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।


ଗତ ମାସରେ ବି ଆଫଗାନିସ୍ତାନରେ ଭୂମିକମ୍ପ ଆସିଥିଲା । ଅଗଷ୍ଟ ୨ରେ ୫.୫ ତୀବ୍ରତାର ଭୂମିକମ୍ପ ଆସିଥିବା ବେଳେ ଅଗଷ୍ଟ ୬ରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ୨୦୨୨ରେ ଆଫଗାନିସ୍ତାନର ପୂର୍ବାଞ୍ଚଳରେ ୫.୯ ତୀବ୍ରତାର ଭୂମିକମ୍ପରେ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଥିଲା । ଏହା ଥିଲା ବିଗତ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନରେ ଆସିଥିବା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading