ଆନ୍ଦୋଳନରୁ ଓହରିଲା ରାଜ୍ୟ ଅମଲା ସଂଘ

Spread the love

ସ୍ଥଗିତ ରହିଲା ଅମଲା ଆନ୍ଦୋଳନ । ୧୫ ଦିନ ହେଲା ବସିଥିଲେ ଆନ୍ଦୋଳନରେ । ବନ୍ୟା ଓ ପୂଜାକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ।


ଅମଲା ଆନ୍ଦୋଳନ ସ୍ଥଗିତ । ଆନ୍ଦୋଳନରୁ ଓହରିଲା ରାଜ୍ୟ ଅମଲା ସଂଘ । ବନ୍ୟା ଓ ପୂଜାକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି । ୧୫ ଦିନ ହେଲା ଆନ୍ଦୋଳନରେ ବସିଥିଲେ ଅମଲା ସଂଘ । ଗତକାଲି ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତି ନିଆଯାଇଥିଲା । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ରାଜସ୍ବ ବିଭାଗ । ଛୁଟିରେ ଯାଇଥିବା କର୍ମଚାରୀଙ୍କ ତାଲିକା ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

୧୫ ଦିନ ହେଲା ଅମଲା ସଂଘର ଆନ୍ଦୋଳନ ଯୋଗୁଁ ତହସିଲ, ବ୍ଲକ୍, ଉପଜିଲ୍ଲାପାଳ, ଜିଲ୍ଲାପାଳ ଅଫିସରେ କାମ ଗୁରୁତର ପ୍ରଭାବିତ ହୋଇଥିଲା । ଅତ୍ୟାବଶ୍ୟକ ସେବା ନ ପାଇଁ ହନ୍ତସନ୍ତ ହୋଇଥିଲେ ଲୋକେ । ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଯେଉଁମାନେ କାର୍ଯ୍ୟରେ ଯୋଗ ନ ଦେବେ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ସେପଟେ ରାଜସ୍ବ ଅମଲା ସଂଘ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଦେଖାଇଛନ୍ତି। ଗତ ୧୨ ତାରିଖରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ସମୂହ ଛୁଟି ଦରଖାସ୍ତକୁ ଗ୍ରହଣ ନ କରିବା ସହ ଏହାକୁ ସେମାନଙ୍କ ଅନୁପସ୍ଥିତି ଭାବେ ଗ୍ରହଣ କରିବାକୁ କହିଥିଲେ। କାମ ନକରିଥିଲେ ଦରମା ମିଳିବନି ବୋଲି ଜଣାଇଥିଲେ। ରାଜସ୍ବ ମନ୍ତ୍ରୀ ବାରମ୍ବାର ନିବେଦନ କରିଥିଲେ ବି ଦାବି ପୂରଣ ଜିଦିରେ ସଂଘ ଅଟଳ ରହିଥିଲା । ତେବେ ଆଜି ୧୫ ଦିନ ପରେ ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଅମଲା ସଂଘ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading