ଜାକର୍ତ୍ତା,୩୧ା୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଏବଂ ଅନ୍ୟାନ୍ୟ ଅନେକ ସହରରେ ଏକ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ଶହ ଶହ ବିକ୍ଷୋଭକାରୀ ଦକ୍ଷିଣ ଟାଙ୍ଗେରାଙ୍ଗରେ ଅର୍ଥମନ୍ତ୍ରୀ ମୁଲ୍ୟାନି ଇନ୍ଦ୍ରାବତୀଙ୍କ ସମେତ ଅନେକ ଏମ୍ପିଙ୍କ ଘର ଲୁଟି ନେଇଛନ୍ତି। ଘରି ଜଗିବାରେ ନିୟୋଜିତ ସୈନିକଙ୍କ ଉପରେ ଆକ୍ରମଣ କରି ପ୍ରବେଶ ଦ୍ୱାର ଭାଙ୍ଗି ଦେଇଥିଲେ। ସେମାନେ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଥିଲେ ଏବଂ କ୍ଷତି ମଧ୍ୟ କରିଥିଲେ। ଏପରି ଘଟଣା ଯୋଗୁ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କୁ ତାଙ୍କର ଚାଇନା ଗସ୍ତ ବାତିଲ କରିବାକୁ ପଡ଼ିଥିଲା।
ଗୋଟିଏ ସପ୍ତାହ ପୂର୍ବରୁ ଏହା ପ୍ରକାଶ ପାଇଥିଲା ଯେ, ଇଣ୍ଡୋନେସିଆର ୫୮୦ ଜଣ ଏମ୍ପି ପ୍ରତି ମାସରେ ସେମାନଙ୍କ ଦରମା ସହିତ ୫୦ ଲକ୍ଷ ଟଙ୍କା ଘର ଭତ୍ତା ପାଉଛନ୍ତି, ଯାହା ରାଜଧାନୀରେ ସର୍ବନିମ୍ନ ମଜୁରୀ ଅପେକ୍ଷା ୧୦ ଗୁଣ ଅଧିକ। ଏହା ମୁଦ୍ରାସ୍ଫୀତି ଏବଂ ବେକାରୀ ସହିତ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ନିଆଁରେ ଘିଅ ମିଶାଇବା ଭଳି ପ୍ରମାଣିତ ହେଲା। ଏହା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଆରମ୍ଭ କଲେ।
Discover more from Emerging Odisha
Subscribe to get the latest posts sent to your email.