ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର

କଟକ : କଟକ ଜିଲ୍ଲା ଟାଙ୍ଗୀ ଥାନା ସଫା ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କଣ ପାଇଁ ଦେହରେ ନିଆଁ ଲଗାଇଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନା ଯେ, ଯୁବକ ଜଣଙ୍କ ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡୁଥିବା ବେଳେ ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଖରାପ ଥିବାରୁ ସେଠାରୁ କଟକ ବଡ ମେଡିକାଲକୁ ପଠାଯାଇଛି । ତେବେ ଯୁବକ ଜଣଙ୍କ ପରିଚୟ ମିଳିନଥିବା ବେଳେ ଯୁବକ ଜଣଙ୍କ ଦେହରେ ନିଆଁ ଲାଗିଥିବା ସଫା ଗାଁର କିଛି ଯୁବକ ଦେଖିବାକୁ ପାଇଥିଲେ । ଯୁବକ ଜଣଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଖଵର ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯୁବକ ଜଣଙ୍କ ଦେହରେ ନିଆଁ ଲାଗି ୪୦% ଫୋଡିଯାଇଥିଲେ ମଧ୍ୟ ନିଜେ ରାସ୍ତାରେ ଚାଲି ଚାଲି ଯାଇ ଆମ୍ବୁଲାନ୍ସ ରେ ଚଢ଼ିଥିଲେ । ତେବେ ଯୁବକଙ୍କ କଣ ପାଇଁ ଦେହରେ ନିଆଁ ଲଗାଇଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Spread the love