ଆସନ୍ତା ୨୪ ଘଂଟା ମଧ୍ୟରେ ୫ ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ବାତ୍ୟା ୟାସ୍ କ୍ରମଶଃ ଦୁର୍ବଳ ହୋଇ ଡିପ୍ରେସନ୍ ରେ ପରିଣତ ହୋଇଛି । ଏହା ବର୍ତମାନ ଦକ୍ଷିଣ ଝାଡଖଣ୍ଡରେ ଘଂଟା ପ୍ରତି ୯ କିମି ବେଗରେ ଗତି କରୁଛି । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଦକ୍ଷିଣ ଦିଗକୁ ଗତି କରି ୱେଲମାର୍କଡ୍ ଲୋ ପ୍ରେସରରେ ପରିଣତ ହେବ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅପରପକ୍ଷରେ ବାତ୍ୟା ଛାଡିବା ପରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପାଗ ମେଘୁଆ ରହିଛି । କିଛି ଅଂଚଳରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ, ଦେବଗଡ , କେନ୍ଦୁଝର , ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ପବନର ବେଗ ଘଂଟା ପ୍ରତି ୪୫ରୁ ୫୫ କିମି ରହିବ । ଏହିସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୧୨ ଘଂଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Spread the love