ବିଶ୍ଵର ସବୁଠୁ ଅଧିକ ପ୍ରଦୂଷିତ ସହର ଚୀନର ସିନଜିୟାଙ୍ଗ

ନୂଆଦିଲ୍ଲୀ : ବିଶ୍ଵ ବାୟୁ ଗୁଣବତ୍ତା ରିପୋର୍ଟରୁ ବିଶ୍ଵର ସର୍ବାଧିକ ୩୦ ପ୍ରଦୂଷିତ ସହର ତାଲିକାରେ ଭାରତର ୨୨ ସହର ସାମିଲ ଥିବାର ଜଣାପଡିଛି । ଏଥିରେ ଗାଜିଆବାଦ, ବୁଲନ୍ଦସହର, ବିସରଖ, ଭିଓ୍ଵାଡି, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷ୍ନୌ, ଦିଲ୍ଲୀ, ଫରିଦାବାଦ, ମେରଠ, ଜିନ୍ଦ, ହିସାର, ଆଗ୍ରା, ବହାବଲପୁର, ମୁଜଫରନଗର, ଫତେହାବାଦ, ବନ୍ଧବାଡି, ଗୁରୁଗ୍ରାମ, ଯମୁନାନଗର, ରୋହତକ, ମୁଜଫରପୁର ସାମିଲ ରହିଛି। ଗତ ବର୍ଷ କରୋନା ମହାମାରୀ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। ପରିଣାମସ୍ଵରୂପ ଦିଲ୍ଲୀ ସହିତ ସମଗ୍ର ଦେଶରେ ପ୍ରଦୂଷଣମାତ୍ରା ହ୍ରାସ ପାଇଥିଲା। ଏହା ସତ୍ତ୍ଵେ ବି ଦିଲ୍ଲୀ ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ ପାଲଟିଛି।

ରିପୋର୍ଟ ଅନୁଯାୟୀ ଚୀନର ସିନଜିୟାଙ୍ଗ ହେଉଛି ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ ସହର। ଏହା ପରେ ଶୀର୍ଷ ୧୦ ପ୍ରଦୂଷିତ ସହରରେ ଭାରତର ୯ ସହର ସାମିଲ। ଦୁନିଆର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଗାଜିଆବାଦ ଦ୍ଵିତୀୟ ସ୍ଥାନରେ ରହିଛି। ଏହା ପରେ ବୁଲନ୍ଦସହର, ବିସରଖ, ଜଲାଲପୁର, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷ୍ନୌ ଓ ଭିଓ୍ଵାଡି ରହିଛି । ଦିଲ୍ଲୀର ବାୟୁ ଗୁଣବତ୍ତା ୨୦୧୯ ତୁଳନାରେ ୨୦୨୦ରେ ୧୫% ସୁଧାର ଆସିଛି । ଏହା ପରେ ବି ଦିଲ୍ଲୀ ଦୁନିଆର ପ୍ରଦୂଷିତ ସହରରେ ଦଶମ ସ୍ଥାନ ଏବଂ ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ ପାଲଟିଛି । ୨୦୨୦ରେ ଭାରତୀୟ ସହରର ବାୟୁ ଗୁଣବତ୍ତା ୬୩% ସୁଧାର ଆସିଛି। ଭାରତର ତିନି ସର୍ବାଧିକ ପ୍ରଦୂଷିତ ମହାନଗରରେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ରହିଛି। ତିନି ସର୍ବାଧିକ ପ୍ରଦୂଷିତ ଦେଶରେ ବାଂଲାଦେଶ, ପାକିସ୍ତାନ ଓ ଭାରତ ରହିଥିବା ବେଳେ ତିନି ସର୍ବାଧିକ ପ୍ରଦୂଷିତ ରାଜଧାନୀରେ ଦିଲ୍ଲୀ, ଢାକା ଓ ଉଲାନବଟୋର ରହିଛି। ଭାରତରେ ହେଉଥିବା ପ୍ରଦୂଷଣର ମୁଖ୍ୟ ଉତ୍ସ ଯାତାୟତ, ରୋଷେଇ ପାଇଁ ବ୍ୟବହୃତ ବାୟୋ ଗ୍ୟାସ୍, ବିଜୁଳି ଉତ୍ପାଦନ, ଉଦ୍ୟୋଗ ନିର୍ମାଣ, ଆବର୍ଜନା ପୋଡିବା ଓ ନଡା ଜଳାଇବା ରହିଛି। ଧୂଆଁ ଉତର୍ତ୍ସନର ସବୁଠୁ ବଡ କାରଣ ଯାତାୟାତ ରହିଛି।

Spread the love