ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୫୮ହଜାର ୧୪୩ଜଣକୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୭ଲକ୍ଷ ୫୦ଜାର ୫୩୬ଜଣ ସଂକ୍ରମିତ ହୋଇଥିବାବେଳେ ୧୩ହଜାର ୬୪୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୧୮ଲକ୍ଷ ୧୬ହଜାର ୩୩୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୫୮ହଜାର ୧୪୩ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୬ଲକ୍ଷ ୫୦ହଜାର ୪୪୬ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୮ଲକ୍ଷ ୭ହଜାର ୭୪୯ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୩୬ଲକ୍ଷ ୨୪ହଜାର ୫୯୭ ସଂକ୍ରମିତ ଓ ୫ଲକ୍ଷ ୯୮ହଜାର ୫୨୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୪ଲକ୍ଷ ୩୬ ହଜାର ୮୨୭ସଂକ୍ରମିତ ଓ ୪ ଲକ୍ଷ ୮୩ ହଜାର ୯୯୬ ସଂକ୍ରମିତ ଓ ୪୪ ହଜାର ୫୯, ଋଷିଆରେ ୪୯ ଲକ୍ଷ ୧୩ ହଜାର ୪୩୯ ସଂକ୍ରମିତ ଓ ୧ଲକ୍ଷ ୧୪ ହଜାର ୭୨୩ ଜଣ ମୃତ, ୟୁକେରେ ୪୪ ଲକ୍ଷ ୪୪ ହଜାର ୬୩୧ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୫୧ ମୃତ, ଇଟାଲିରେ ୪୧ ଲକ୍ଷ ୩୯ ହଜାର ୧୬୦ ସଂକ୍ରମିତ ଓ ୧ଲକ୍ଷ ୨୩ ହଜାର ୭୪୫ମୃତ, ସ୍ପେନରେ ୩୫ ଲକ୍ଷ ୯୮ ହଜାର ୪୫୨ ସଂକ୍ରମିତ ଓ ୭୯ ହଜାର ୨୮୧ ମୃତ, ଜର୍ମାନୀରେ ୩୫ ଲକ୍ଷ ୭୫ ହଜାର ୬୪୪ ସଂକ୍ରମିତ ଓ ୮୬ ହଜାର ୨୭୬ମୃତ, ଆର୍ଜେଣ୍ଟିନାରେ ୩୨ ଲକ୍ଷ ୪୨ ହଜାର ୧୦୩ ସଂକ୍ରମିତ ଓ ୬୯ ହଜାର ୨୫୪ ମୃତ ରହିଛନ୍ତି ।

Spread the love