ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ଲକ୍ଷ ୫୪ହଜାର ୮୧୦କୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୮ଲକ୍ଷ ୩୮ହଜାର ୮୪୭ ଜଣ ସଂକ୍ରମିତ ହୋଇଥିବାବେଳେ ୧୩ହଜାର ୫୮୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ଶୁକ୍ରବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ଲକ୍ଷ ୬୮ହଜାର ୮୮୫ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫କୋଟି ୬୬ଲକ୍ଷ ୬୮ହଜାର ୧୦୪କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୩କୋଟି ୪୮ଲକ୍ଷ ୪୨ହଜାର ୪୯୯ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୮ଲକ୍ଷ ୫୬ହଜାର ୭୨୦ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୩୩ଲକ୍ଷ ୬୬ହଜାର ୮୬୨ ସଂକ୍ରମିତ ଓ ୫ଲକ୍ଷ ୯୩ହଜାର ୯୯୧ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୦ଲକ୍ଷ ୯ ହଜାର ୨୩ସଂକ୍ରମିତ ଓ ୪ଲକ୍ଷ ୧୭ହଜାର ୧୭୬ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୨୮ ହଜାର ୯୦ ସଂକ୍ରମିତ ଓ ୧ ଲକ୍ଷ ୫ ହଜାର ୮୫୦ ମୃତ, ତୁର୍କୀରେ ୪୯ ଲକ୍ଷ ୭୭ ହଜାର ୯୮୨ ସଂକ୍ରମିତ ଓ ୪୨ ହଜାର ୧୮୭, ଋଷିଆରେ ୪୮ ଲକ୍ଷ ୫୫ ହଜାର ୧୨୮ ସଂକ୍ରମିତ ଓ ୧ଲକ୍ଷ ୧୨ ହଜାର ୨୪୬ଜଣ ମୃତ, ୟୁକେରେ ୪୪ ଲକ୍ଷ ୨୮ ହଜାର ୫୫୩ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୨୬୩ ମୃତ, ଇଟାଲିରେ ୪୦ ଲକ୍ଷ ୮୨ ହଜାର ୧୯୮ ସଂକ୍ରମିତ ଓ ୧ଲକ୍ଷ ୨୨ ହଜାର ୨୬୩ମୃତ, ସ୍ପେନରେ ୩୫ ଲକ୍ଷ ୫୯ ହଜାର ୨୨୨ ସଂକ୍ରମିତ ଓ ୭୮ ହଜାର ୭୨୬ ମୃତ, ଜର୍ମାନୀରେ ୩୪ ଲକ୍ଷ ୮୬ ହଜାର ୪୬୨ ସଂକ୍ରମିତ ଓ ୮୪ ହଜାର ୮୧୧ମୃତ, ଆର୍ଜେଣ୍ଟିନାରେ ୩୦ ଲକ୍ଷ ୯୫ ହଜାର ୫୮୨ ସଂକ୍ରମିତ ଓ ୬୬ ହଜାର ୨୬୩ ମୃତ ରହିଛନ୍ତି ।

Spread the love