ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ଲକ୍ଷ ୧୨ହଜାର ୪୬୩କୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିବାରୁ ଫ୍ରାନ୍ସରେ ମାସକ ପାଇଁ ଲକଡାଉନ୍ ଘୋଷଣା ହୋଇଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ଲକ୍ଷ ୧୨ହଜାର ୪୬୩ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨କୋଟି ୨୮ଲକ୍ଷ ୬୮ହଜାର ୧୨୩କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୯କୋଟି ୯୦ଲକ୍ଷ ୨୪ହଜାର ୮୭ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୧୧ଲକ୍ଷ ୩୧ହଜାର ୫୭୩ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୪ଲକ୍ଷ ୨୩ହଜାର ୮୫୩ ସଂକ୍ରମିତ ଓ ଲକ୍ଷ ୫୩ହଜାର ୯୩୪ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୧୮ଲକ୍ଷ ୭୭ହଜାର ୯ସଂକ୍ରମିତ ଓ ଲକ୍ଷ ୯୦ହଜାର ୫୨୫ମୃତ, ଋଷିଆରେ ୪୪ ଲକ୍ଷ ୩୭ ହଜାର ୯୩୮ ସଂକ୍ରମିତ ଓ ୯୪ ହଜାର ୨୬୭ ମୃତ, ୟୁକେରେ ୪୨ ଲକ୍ଷ ୮୫ ହଜାର ୬୮୪ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୨୬ ମୃତ, ଫ୍ରାନ୍ସରେ ୪୧ ଲକ୍ଷ ୮୧ ହଜାର ୬୦୭ ସଂକ୍ରମିତ ଓ ୯୧ ହଜାର ୬୯୭ ମୃତ, ଇଟାଲିରେ ୩୩ ଲକ୍ଷ ୩୨ ହଜାର ୪୧୮ ସଂକ୍ରମିତ ଓ ୧ଲକ୍ଷ ୪ ହଜାର ୨୪୧ମୃତ, ସ୍ପେନରେ ୩୨ ଲକ୍ଷ ୧୨ ହଜାର ୩୩୨ ସଂକ୍ରମିତ ଓ ୭୨ ହଜାର ୯୧୦ ମୃତ, ତୁର୍କୀରେ ୨୯ ଲକ୍ଷ ୭୧ ହଜାର ୬୩୩ ସଂକ୍ରମିତ ଓ ୨୯ ହଜାର ୮୬୪ ମୃତ, ଜର୍ମାନୀରେ ୨୬ ଲକ୍ଷ ୪୫ ହଜାର ୧୮୬ ସଂକ୍ରମିତ ଓ ୭୫ ହଜାର ୭୩ମୃତ, କଲମ୍ବିଆରେ ୨୩ ଲକ୍ଷ ୨୪ ହଜାର ୪୨୬ ସଂକ୍ରମିତ ଓ ୬୧ ହଜାର ୭୭୧ ମୃତ ରହିଛନ୍ତି ।

Spread the love