ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୭୧ହଜାର ୯୨ଜଣକୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୮୪ହଜାର ୭୧୮ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୮୮ଲକ୍ଷ ୧୪ହଜାର ୬୦୭କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୧କୋଟି ୧୫ଲକ୍ଷ ୯୯ହଜାର ୧୬୩ ସୁସ୍ଥ ହୋଇ ଥିବାବେଳେ ୨କୋଟି ୪୨ଲକ୍ଷ ୩୦ହଜାର ୭୨୬ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୨୧ଲକ୍ଷ ୪୮ହଜାର ୬୫୧ ସଂକ୍ରମିତ ଓ ୫ଲକ୍ଷ ୭୮ହଜାର ୩୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୬ଲକ୍ଷ ୭୭ହଜାର ୫୬୪ସଂକ୍ରମିତ ଓ ୩ଲକ୍ଷ ୬୨ହଜାର ୧୮୦ମୃତ, ଫ୍ରାନ୍ସରେ ୫୧ ଲକ୍ଷ ୪୯ ହଜାର ୮୩୪ ସଂକ୍ରମିତ ଓ ୯୯ ହଜାର ୭୭୭ ମୃତ, ଋଷିଆରେ ୪୬ ଲକ୍ଷ ୬୬ ହଜାର ୨୦୯ ସଂକ୍ରମିତ ଓ ୧ଲକ୍ଷ ୪ହଜାର ମୃତ, ୟୁକେରେ ୪୩ ଲକ୍ଷ ୭୮ ହଜାର ୩୦୫ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୧୬୧ ମୃତ, ତୁର୍କୀରେ ୪୦ ଲକ୍ଷ ୨୫ ହଜାର ୫୫୭ ସଂକ୍ରମିତ ଓ ୩୪ ହଜାର ୭୩୪ ମୃତ, ଇଟାଲିରେ ୩୮ ଲକ୍ଷ ୯ ହଜାର ୧୯୩ ସଂକ୍ରମିତ ଓ ୧ଲକ୍ଷ ୧୫ ହଜାର ୫୫୭ମୃତ, ସ୍ପେନରେ ୩୩ ଲକ୍ଷ ୮୭ ହଜାର ୨୨ ସଂକ୍ରମିତ ଓ ୭୬ ହଜାର ୭୫୬ ମୃତ, ଜର୍ମାନୀରେ ୩୦ ଲକ୍ଷ ୬୪ ହଜାର ୩୮୨ ସଂକ୍ରମିତ ଓ ୭୯ ହଜାର ୮୧୩ମୃତ, ପୋଲାଣ୍ଡରେ ୨୬ ଲକ୍ଷ ୨୧ ହଜାର ୧୧୬ ସଂକ୍ରମିତ ଓ ୫୯ ହଜାର ୯୩୦ ମୃତ ରହିଛନ୍ତି ।

Spread the love