ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୮୫ହଜାର ୧୪୭କୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ରବିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୩୮ହଜାର ୭୫୭ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୫୯ଲକ୍ଷ ୪୬ହଜାର ୧୩୬କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୯୩ଲକ୍ଷ ୫୬ହଜାର ୧୯୧ ସୁସ୍ଥ ହୋଇ ଥିବାବେଳେ ୨କୋଟି ୩୬ଲକ୍ଷ ୫୧ହଜାର ୧୮୮ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୧୮ଲକ୍ଷ ୬୮ହଜାର ୭୨୯ ସଂକ୍ରମିତ ଓ ୫ଲକ୍ଷ ୭୫ହଜାର ୫୭୧ ଜଣ ମୃତ ଥିବାବେଳେ
ବ୍ରାଜିଲରେ ୧କୋଟି ୩୪ଲକ୍ଷ ୪୫ହଜାର ୬ସଂକ୍ରମିତ ଓ ୩ଲକ୍ଷ ୫୧ହଜାର ୪୬୯ମୃତ, ଫ୍ରାନ୍ସରେ ୪୯ ଲକ୍ଷ ୮୦ ହଜାର ୫୦୧ ସଂକ୍ରମିତ ଓ ୯୮ ହଜାର ୩୯୫ ମୃତ, ଋଷିଆରେ ୪୬ ଲକ୍ଷ ୩୨ ହଜାର ୬୮୮ ସଂକ୍ରମିତ ଓ ୧ଲକ୍ଷ ୨ ହଜାର ୬୪୯ ମୃତ, ୟୁକେରେ ୪୩ ଲକ୍ଷ ୬୮ ହଜାର ୪୫ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୮୦ ମୃତ, ତୁର୍କୀରେ ୩୭ ଲକ୍ଷ ୯୮ ହଜାର ୩୩୩ ସଂକ୍ରମିତ ଓ ୩୩ ହଜାର ୭୦୨ ମୃତ, ଇଟାଲିରେ ୩୭ ଲକ୍ଷ ୫୪ ହଜାର ୭୭ ସଂକ୍ରମିତ ଓ ୧ଲକ୍ଷ ୧୩ ହଜାର ୯୨୩ ମୃତ, ସ୍ପେନରେ ୩୩ ଲକ୍ଷ ୪୭ ହଜାର ୫୧୨ ସଂକ୍ରମିତ ଓ ୭୬ ହଜାର ୩୨୮ ମୃତ, ଜର୍ମାନୀରେ ୨୯ ଲକ୍ଷ ୯୨ ହଜାର ୮୦୩ ସଂକ୍ରମିତ ଓ ୭୮ ହଜାର ୮୫୮ମୃତ, ପୋଲାଣ୍ଡରେ ୨୫ ଲକ୍ଷ ୫୨ ହଜାର ୮୯୮ ସଂକ୍ରମିତ ଓ ୫୮ ହଜାର ୧୭୬ ମୃତ ରହିଛନ୍ତି ।

Spread the love