ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୮୫ହଜାର ୧୪୭କୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୨୭ହଜାର ୪୪୦ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୫୨ଲକ୍ଷ ୭୩ହଜାର ୮୮୧କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୮୮ଲକ୍ଷ ୪୫ହଜାର ୪୩୧ ସୁସ୍ଥ ହୋଇ ଥିବାବେଳେ ୨କୋଟି ୩୫ଲକ୍ଷ ୧ହଜାର ୧୦ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୧୭ଲକ୍ଷ ୯୯ହଜାର ୭୩୪ ସଂକ୍ରମିତ ଓ ୫ଲକ୍ଷ ୭୪ହଜାର ୮୦୭ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୩ଲକ୍ଷ ୭୫ହଜାର ୪୧୪ସଂକ୍ରମିତ ଓ ୩ଲକ୍ଷ ୪୮ହଜାର ୯୩୪ମୃତ, ଫ୍ରାନ୍ସରେ ୪୯ ଲକ୍ଷ ୮୦ ହଜାର ୫୦୧ ସଂକ୍ରମିତ ଓ ୯୮ ହଜାର ୩୯୫ ମୃତ, ଋଷିଆରେ ୪୬ ଲକ୍ଷ ୨୩ ହଜାର୯୮୪ ସଂକ୍ରମିତ ଓ ୧ଲକ୍ଷ ୨ ହଜାର୨୪୭ଜଣ ମୃତ, ୟୁକେରେ ୪୩ ଲକ୍ଷ ୬୫ ହଜାର ୪୬୧ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୪୦ ମୃତ, ତୁର୍କୀରେ ୩୭ ଲକ୍ଷ ୪୫ ହଜାର ୬୫୭ ସଂକ୍ରମିତ ଓ ୩୩ ହଜାର ୪୫୪ ମୃତ, ଇଟାଲିରେ ୩୭ ଲକ୍ଷ ୩୬ ହଜାର ୫୨୬ ସଂକ୍ରମିତ ଓ ୧ଲକ୍ଷ ୧୩ ହଜାର ୫୭୯ମୃତ, ସ୍ପେନରେ ୩୩ ଲକ୍ଷ ୪୭ ହଜାର ୫୧୨ ସଂକ୍ରମିତ ଓ ୭୬ ହଜାର ୩୨୮ ମୃତ, ଜର୍ମାନୀରେ ୨୯ ଲକ୍ଷ ୭୪ ହଜାର ୧୧୦ ସଂକ୍ରମିତ ଓ ୭୮ ହଜାର ୬୮୯ମୃତ, ପୋଲାଣ୍ଡରେ ୨୫ ଲକ୍ଷ ୨୮ ହଜାର ୬ ସଂକ୍ରମିତ ଓ ୫୭ ହଜାର ୪୨୭ ମୃତ ରହିଛନ୍ତି ।

Spread the love