ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୭୩ହଜାର ୯୩କୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୭୩ହଜାର ୯୩ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୨୩ଲକ୍ଷ ୯୧ହଜାର ୧୨୯କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୬୬ଲକ୍ଷ ୭୩ହଜାର ୮୭ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୮ଲକ୍ଷ ୪୪ହଜାର ୯୪୯ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୧୪ଲକ୍ଷ ୮୫ହଜାର ୯୯ ସଂକ୍ରମିତ ଓ ୫ଲକ୍ଷ ୬୯ହଜାର ୧୮୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୦ଲକ୍ଷ ୨୩ହଜାର ୧୮୯ସଂକ୍ରମିତ ଓ ୩ଲକ୍ଷ ୩୩ହଜାର ୧୫୩ମୃତ, ଫ୍ରାନ୍ସରେ ୪୮ ଲକ୍ଷ ୩୩ ହଜାର ୨୬୩ ସଂକ୍ରମିତ ଓ ୯୬ ହଜାର ୮୭୫ ମୃତ, ଋଷିଆରେ ୪୫ ଲକ୍ଷ ୮୯ ହଜାର ୫୪୦ ସଂକ୍ରମିତ ଓ ୧ଲକ୍ଷ ୭୧୭ ଜଣ ମୃତ, ୟୁକେରେ ୪୩ ଲକ୍ଷ ୬୨ ହଜାର ୧୫୦ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୮୬୨ ମୃତ, ଇଟାଲିରେ ୩୬ ଲକ୍ଷ ୭୮ ହଜାର ୯୪୪ ସଂକ୍ରମିତ ଓ ୧ଲକ୍ଷ ୧୧ ହଜାର ୩୨୬ମୃତ, ତୁର୍କୀରେ ୩୫ ଲକ୍ଷ ୨୯ ହଜାର ୬୦୧ ସଂକ୍ରମିତ ଓ ୩୨ ହଜାର ୪୫୬ ମୃତ, ସ୍ପେନରେ ୩୩ ଲକ୍ଷ ୧୧ ହଜାର ୩୨୫ ସଂକ୍ରମିତ ଓ ୭୫ ହଜାର ୭୮୩ ମୃତ, ଜର୍ମାନୀରେ ୨୯ ଲକ୍ଷ ୩ ହଜାର ୩୬ ସଂକ୍ରମିତ ଓ ୭୭ ହଜାର ୬୩୦ମୃତ, କଲମ୍ବିଆରେ ୨୪ ଲକ୍ଷ ୫୬ ହଜାର ୪୦୯ ସଂକ୍ରମିତ ଓ ୬୪ ହଜାର ୨୯୩ ମୃତ ରହିଛନ୍ତି ।

Spread the love