ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୩୯ହଜାର ୧୦୦କୁ ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୫୦ହଜାର ୪୫ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୭ଲକ୍ଷ ୯୮ହଜାର ୨୦୫କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୫୨ଲକ୍ଷ ୯୧ହଜାର ୭୦୮ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୬ଲକ୍ଷ ୫୬ହଜାର ୪୫୨ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୧୩ଲକ୍ଷ ୧୨ହଜାର ୩୭୯ ସଂକ୍ରମିତ ଓ ୫ଲକ୍ଷ ୬୭ହଜାର ୫୫୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୨୯ଲକ୍ଷ ୧୨ହଜାର ୩୭୯ସଂକ୍ରମିତ ଓ ୩ଲକ୍ଷ ୨୮ହଜାର ୩୬୬ମୃତ, ଫ୍ରାନ୍ସରେ ୪୭ ଲକ୍ଷ ୪୧ ହଜାର ୭୫୯ ସଂକ୍ରମିତ ଓ ୯୬ ହଜାର ୨୮୦ ମୃତ, ଋଷିଆରେ ୪୫ ଲକ୍ଷ ୬୩ ହଜାର ୫୬ ସଂକ୍ରମିତ ଓ ୯୯ ହଜାର ୬୩୩ ମୃତ, ୟୁକେରେ ୪୩ ଲକ୍ଷ ୫୩ ହଜାର ୬୬୮ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୮୧୬ ମୃତ, ଇଟାଲିରେ ୩୬ ଲକ୍ଷ ୨୯ ହଜାର ସଂକ୍ରମିତ ଓ ୧ଲକ୍ଷ ୧୦ ହଜାର ୩୨୮ ମୃତ, ତୁର୍କୀରେ ୩୪ ଲକ୍ଷ ୨୯୬ ସଂକ୍ରମିତ ଓ ୩୧ ହଜାର ୮୯୨ ମୃତ, ସ୍ପେନରେ ୩୨ ଲକ୍ଷ ୯୧ ହଜାର ୩୯୪ ସଂକ୍ରମିତ ଓ ୭୫ ହଜାର ୫୪୧ ମୃତ, ଜର୍ମାନୀରେ ୨୮ ଲକ୍ଷ ୭୨ ହଜାର ୩୭୯ ସଂକ୍ରମିତ ଓ ୭୭ ହଜାର ୪୨୧ମୃତ, କଲମ୍ବିଆରେ ୨୪ ଲକ୍ଷ ୨୮ ହଜାର ୪୮ ସଂକ୍ରମିତ ଓ ୬୩ ହଜାର ୭୭୭ ମୃତ ରହିଛନ୍ତି ।

Spread the love