ସ୍ୱାମୀଙ୍କ ମୁଣ୍ଡକୁ ଲୁହା ପାଇପରେ ପିଟିପିଟି ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ : ସାହିପାରିଲାଣି ସ୍ୱାମୀର ତାଡନା । ପ୍ରତ୍ୟହ ସ୍ୱାମୀର ମାରପିଟ ଓ ଗଣ୍ଡଗୋଳରେ ଅତିଷ୍ଟ ହୋଇ ମଦ୍ୟପ ସ୍ୱାମୀକୁ ପିଟି ପିଟି ସ୍ତ୍ରୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲା ତଳସରା ଥ।ନା ବାଲିଶଙ୍କରା ଭାଟିପଡାରେ ଘଟିଛି। ମଦ୍ୟପାନ କରି ଗଣ୍ଡଗୋଳ କରୁଥିବା ସ୍ୱାମୀକୁ ଲୁହାରଡରେ ପିଟି ସ୍ତ୍ରୀ ହତ୍ୟା କରିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉଭୟଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

ଶନିବାର ଵିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଶୁଖା ମହାଦେବ ଡୁଙ୍ଗରିପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅଵସ୍ଥାରେ ସ୍ୱାମୀ ଙ୍କ ମୁଣ୍ଡକୁ ଲୁହା ପାଇପରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ଏହାପରେ ସେ ରାତିରେ ହିଁ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ନିହତ ସ୍ୱାମୀ ହେଲେ ପ୍ରକାଶ କୁଜୁର (୪୫)। ଅଭିଯୁକ୍ତା ସ୍ତ୍ରୀଙ୍କ ନାମ ସୁଷମା(୩୫)। କୌଣସି କଥାକୁ ନେଇ ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ସ୍ୱାମୀ ସ୍ତ୍ରୀକୁ ମାଡ଼ ମାରିଥିଲେ। ପରେ ଉଭୟେ ଚୁପ୍ ହୋଇ ଯାଇଥିଲେ। ରାତିରେ ସ୍ୱାମୀ ପ୍ରକାଶ ଖଟରେ ଶୋଇଯିବା ପରେ, ସ୍ତ୍ରୀ ଏକ ଲୁହା ପାଇପରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲା। କଣ ଘଟୁଛି ଜାଣିବାକୁ ପ୍ରକାଶକୁ ସୁଯୋଗ ଦେଇ ନଥିଲା ସ୍ତ୍ରୀ। ପ୍ରହାର ପରେ ପ୍ରହାର କରିବା ପରେ ସେଇଠି ହିଁ ପ୍ରକାଶଙ୍କ ପ୍ରାଣ ଚାଲିଯାଇଥିଲା। ତଳସରା ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଵା ସହ ରକ୍ତଭିଜା ଲୁହା ପାଇପକୁ ଜବତ କରି ଚଦନ୍ତ ଚଲାଇଛି। ଘଟଣାଟି ବାଲିଶଙ୍କରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Spread the love