ଏଣିକି ଦିଲ୍ଲୀରେ ଘରେ ବସି ଅନଲାଇନରେ କରିହେବ ମଦ ଅର୍ଡର

ନୂଆଦିଲ୍ଲୀ : ରାଜଧାନୀରେ ଦିଲ୍ଲୀରେ ଆରମ୍ଭ ହେଲା ମଦର ହୋମ ଡେଲିଭରୀ । ମୋବାଇଲ୍ ଆପ୍ କିମ୍ବା ଅନଲାଇନରେ ୱେବ୍ ପୋର୍ଟାଲ୍ ମାଧ୍ୟମରେ ଦିଲ୍ଲୀ ସରକାର ମଦ ବିତରଣକୁ ଅନୁମତି ଦେଇଛନ୍ତି । ଏହାପୂର୍ବରୁ ଛତିଶଗଡ ସରକାର ଅନଲାଇନରେ ମଦ ଯୋଗାଇବା କାମ ଆରମ୍ଭ କରିଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି ସରକା । ସରକାରଙ୍କ ଯୁକ୍ତି ହେଉଛି ଏହି ନିଷ୍ପତ୍ତି ଦ୍ୱାରା ମଦ ଦୋକାନରେ ଆଉ ଗହଳି ହେବନି ।

ଲୋକେ ଆଉ ବହୁ ସଂଖ୍ୟାରେ ଏକାଠି ହେବେନି । ଦିଲ୍ଲୀ ଏକ୍ସାଇଜ୍ (ସଂଶୋଧନ) ନିୟମ ୨୦୨୧ ଅନୁଯାୟୀ, ଏଲ-୧୩ ଲାଇସେନ୍ସଧାରୀଙ୍କୁ ଲୋକଙ୍କ ଘରେ ମଦ ବିତରଣ କରିବାକୁ ଅନୁମତି ଦିଆଯିବ । ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି କେବଳ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ୱେବ୍ ପୋର୍ଟାଲ୍ ମାଧ୍ୟମରେ ଅର୍ଡର ପାଇବା ପରେ ଉକ୍ତ ପରିବାରକୁ ଏହି ମଦ ଦିଆଯିବ। ତେବେ କୌଣସି ଛାତ୍ରଛାତ୍ରୀଙ୍କୁ ମଦ ପାଇଁ ଅନୁମତି ଦିଆଯିବ ନାହିଁ । ଯଦିଓ ଏହା ପୂର୍ବରୁ ଘରେ ମଦ ବିତରଣକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିମାନେ ଇ-ମେଲ କିମ୍ବା ଫ୍ୟାକ୍ସ ମାଧ୍ୟମରେ ଅର୍ଡର ପାଇବା ପରେ ହିଁ ମଦ ବିତରଣ କରିପାରିବେ । ବର୍ତ୍ତମାନ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ପୋର୍ଟାଲରୁ ଅର୍ଡର ଉପରେ ମଦ ଘରୋଇ ବିତରଣ ଉପଲବ୍ଧ ହେବ ।

Spread the love