ଭୋଡ଼ାଫୋନ ଓ ଆଇଡ଼ିଆ ଗ୍ରାହକଙ୍କ ପାଇଁ ଆଣିଲା ଏମିତି ଖୁସିଖବର

ନୂଆଦିଲ୍ଲୀ : ଭୋଡାଫୋନ୍ ଆଇଡିଆ ନିଜ ୧୯୯ ଟଙ୍କିଆ ପ୍ଲାନରେ କିଛି ପରିବର୍ତ୍ତନ କରିଛି । ଏଥିରେ ଏବେ କମ୍ପାନୀ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଡାଟା ଏବଂ ବୈଧତା ପ୍ରଦାନ କରିବ । ପୂର୍ବରୁ ଏହି ପ୍ଲାନରେ ଗ୍ରାହକଙ୍କୁ ୧ ଜିବି ଡାଟା ଓ ୨୪ ଦିନର ବୈଧତା ମିଳୁଥିଲା ।

ସୂଚନା ଅନୁସାରେ କମ୍ପାନୀ ୧୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ପରିବର୍ତ୍ତନ କରିଛି । ଏବେ ଗ୍ରାହକଙ୍କୁ ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ଓ ୨୮ ଦିନର ବୈଧତା ମିଳିବ । ପୂର୍ବରୁ ଏଥିରେ ପ୍ରତିଦିନ ୧ ଜିବି ଡାଟା ଓ ୨୪ ଦିନର ବୈଧତା ମିଳୁଥିଲା । କହିରଖୁଛୁ Viର ୧୯୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍ କଲ୍ସ, ପ୍ରତିଦିନ ୧୦୦ ଏସଏମଏସ୍ ଓ Vi Movies & TV ବେସିକ୍ ଆକ୍ସେସ୍ ଭଳି ବାକି ଫାଇଦା ମଧ୍ୟ ଦିଆଯାଏ ।

ଏହା ସହିତ କମ୍ପାନୀ ନିକଟରେ ୪୪୭ ଟଙ୍କିଆ ପ୍ଲାନ୍ ମଧ୍ୟ ଆଣିଥିଲା । ଏହି ପ୍ଲାନରେ ୬୦ ଦିନର ବୈଧତା ସହିତ ବିନା ଡେଲି ଡାଟା ଲିମିଟ୍ ୫୦ ଜିବି ଡାଟା ଓ ଅନଲିମିଟେଡ୍ କଲ୍ସ ଦିଆଯାଏ । ଏହା ସହିତ ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଏସଏମଏସ୍ ଓ Vi Movies & TV Classic ର ଆକ୍ସେସ୍ ମଧ୍ୟ ଅଫର କରାଯାଉଛି ।

Spread the love