କୋଟା କୋଚିଂ କ୍ଲାସେସକୁ ପରିଚୟ ପ୍ରଦାନ କରିଥିବା ଭିକେ ବଂଶଲଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ଦେଶ ତଥା ବିଶ୍ୱରେ କୋଟା କୋଚିଂ କ୍ଲାସେସକୁ ପରିଚୟ ପ୍ରଦାନ କରିଥିବା ଭିକେ ବଂଶଲଙ୍କ କରୋନାରେ ମୃତ୍ୟୁ । ସେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ମିଳିବା ପରେ କୋଟାରେ ଶୋକର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଅନେକ ଛାତ୍ର ଓ ଶିକ୍ଷକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଭିକେ ବଂଶଲଙ୍କୁ କୋଟା କୋଚିଂର ଗୁରୁ କୁହାଯାଏ । ଚମ୍ବଲ ନଦୀ କୂଳରେ ଥିବା ଏହି ସହର ଆଇଆଇଟି ଓ ମେଡିକାଲ ପ୍ରବେଶ ପରୀକ୍ଷା ପ୍ରସ୍ତୁତି ପାଇଁ ହବ୍ ଅଟେ । ଏଠାକାର କୋଚିଂ ଶିଳ୍ପ ପ୍ରାୟ ୩୦୦୦ କୋଟିର ଅଟେ । ଏହାର ମୂଳଦୁଆ ପକାଇଥିବା ବିକେ ବଂଶଲ ନିଜେ ଲଣ୍ଠନ ଆଲୁଆରେ ପାଠ ପଢିଥିଲେ । ସେ ସର୍ବଦା ଛାତ୍ରଙ୍କୁ ପରିଶ୍ରମ କରିବା ନେଇ ପରାମର୍ଶ ଦେଇଥାନ୍ତି । ବଂଶଲ କୋଟା ଜେକେ ସିନ୍ଥେଟିକ୍ ଉଦ୍ୟୋଗରେ ଅତିରିକ୍ତ ଯନ୍ତ୍ରୀ ଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ସେ ୧୯୯୧ରେ ଅବସର ନେଇଥିଲେ । ଏହାପରେ ବଂଶଲ କ୍ଲାସେସ୍ ଆରମ୍ଭ କରିଥିଲା । ଚାକିରି ବେଳେ ମଧ୍ୟ ସେ ଅନେକ ଛାତ୍ରଙ୍କୁ ଘରେ ପାଠ ପଢାଉଥିଲେ । ପ୍ରଥମ ବର୍ଷ ବଂଶଲ କ୍ଲାସେସରେ ୧୦ ଛାତ୍ର ଆଇଆଇଟିରେ ନାମ ଲେଖାଇଥିଲେ । ଦ୍ୱିତୀୟ ବର୍ଷ ୫୦ ଛାତ୍ର ଆଇଆଇଟି ପାଇଥିଲେ । ବଂଶଲଙ୍କ ସଫଳତା ପରେ ତାଙ୍କୁ ଆଦର୍ଶ ମାନି ଅନେକ ବ୍ୟକ୍ତି କୋଟାରେ କୋଚିଂ ସେଣ୍ଟର ଖୋଲିଥିଲେ । ଆଜି କୋଟା ଦେଶର ସବୁଠାରୁ ବଡ କୋଚିଂ ହବ୍ ପାଲଟିଛି । ଏହାକୁ ରାଜସ୍ଥାନର ଏଜୁକେସନ୍ ସିଟି କୁହାଯାଏ ।

Spread the love