ପଶ୍ଚିମବଙ୍ଗରେ ମତଦାନ ବେଳେ ହିଂସା, ୪ମୃତ

କୋଲକତା : ପଶ୍ଚିମବଙ୍ଗରେ ଶନିବାର ଚତୁର୍ଥପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଛି । ୫ଟି ଜିଲ୍ଲାର ୪୪ଟି ଆସନ ପାଇଁ ୩୭୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଯାଇଛି । କିନ୍ତୁ କୁଚୁଡିହା ଜିଲ୍ଲାର ଦୁଇଟି ବୁଥ୍‌ରେ ଆଜି ତୃଣମୂଳ କଂଗ୍ରେସ ଓ ସିଆର୍‌ପିଏଫ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଫଳରେ ଯବାନଙ୍କ ଗୁଳିରେ ମୋଟ୍ ୪ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ନେତାମାନେ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୃହମନ୍ତ୍ରୀ ଅମିତ ସାହାଙ୍କ ଇଙ୍ଗିତରେ ଏଭଳି ଗୁଳିକାଣ୍ଡ ହୋଇଥିବା କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମ ବଙ୍ଗର ଏକ ନିର୍ବାଚନୀ ସଭାରେ ଭାଷଣ ଦେବା ସମୟରେ ମମତାଙ୍କୁ ସମାଲୋଚନା କରିଛନ୍ତି ।

ତେବେ ସିଆର୍‌ପିଏ୍ ଆଇଜି ଏବଂ କୁଚୁବିହାର ଏସ୍‌ପି କହିଛନ୍ତି କି ଯବାନଙ୍କ ଉପରେ ୩ଶହରୁ ଉର୍ଦ୍ଧ୍ୱ ଲୋକ ଠେଙ୍ଗାବାଡି ସାହାଯ୍ୟରେ ଆକ୍ରମଣ କରିବାରୁ ସେମାନେ ବାଧ୍ୟହୋଇ ଗୁଳି ଚଳାଇଥିଲେ । ଏପରିକି ସେମାନଙ୍କ ବନ୍ଧୁକ ଛଡାଇବାକୁ ଉଦ୍ୟମ କରାଯାଇଥିଲା । ସେହିପରି ହୁଗୁଳିରେ ମଧ୍ୟ ଜଣେ ୧୮ବର୍ଷର ଭୋଟରଙ୍କୁ ଯବାନ୍ ମାନେ ହତ୍ୟା କରିଥିବା ତୃଣମୂଳ କଂଗ୍ରେସନ୍ ନେତ୍ରୀ ଅଭିଯୋଗ କରିଛନ୍ତି । ତେବେ ସିଆର୍‌ପିଏ୍ ପକ୍ଷରୁ କୁହାଯାଇଛି କି ଭୋଟ୍ ଦେବାକୁ ଆସିଥିବା ଯୁବକ ଜଣକ ଭୋଟ୍ କେନ୍ଦ୍ର ବାହାରେ ଅଚେତ୍ ହୋଇପଡିବାରୁ ତାଙ୍କୁ ସିଆର୍‌ପିଏଫ୍ ଯବାନ୍ ମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ ।

Spread the love