ଲାଞ୍ଚ ନେବା ବେଳେ ରାଇକିଆ ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ

କନ୍ଧମାଳ : ଲାଞ୍ଚ ନେଇ ତହସିଲଦାର ଗିରଫ । କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ରାଇକିଆ ତହସିଲଦାର ଚକ୍ରଧର ପାଢୀ ଜଣେ ବ୍ୟକ୍ତିଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିଲା । ଏକ ଜବତ ଟ୍ରାକ୍ଟରକୁ ଛାଡିବା ପାଇଁ ମଣ୍ଡାକିଆର ସେନାପତିଙ୍କ ଠାରୁ ଲାଞ୍ଚ ନେଉଥିଲେ ରାଇକିଆ ତହସିଲଦାର । ଠିକଣା ସମୟରେ କାବୁ କରିଛି ଭିଜିଲାନ୍ସ । ପୂର୍ବରୁ ମଧ୍ୟ ତହସିଲଦାରଙ୍କ ନାମରେ ଅନେକ ପ୍ରକାରର ଅଭିଯୋଗ ଆସିଛି ।

Spread the love