ଆଜି କଟକ ମହାନଗର ଅଞ୍ଚଳରେ ଟିକାକରଣ ହେବ ନାହିଁ

କଟକ : ଇଦ୍ ପର୍ବ ପାଇଁ ଆଜି କଟକ ମହାନଗର ଅଞ୍ଚଳରେ ଟିକାକରଣ ବନ୍ଦ ରହିବ ବୋଲି ସିଏମସି କମିଶନର ଅନନ୍ୟା ଦାସ ଟ୍ୱିଟ ଯୋଗ ଜଣାଇଛନ୍ତି । କେବଳ କଟକ ମହାନଗର ଅଞ୍ଚଳରେ ଆଜି ଟିକାକରଣ ହେବ ନାହିଁ ବୋଲି କୁହାଯାଇଛି ।

କଟକରେ ଏବେ ୧୮ରୁ ଅଧିକ ଏବଂ ୪୫ରୁ ଉର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ଏଥିଲାଗି ଜବାହରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହା ବ୍ୟତୀତ ମହାନଗର ଅଞ୍ଚଳରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ସ୍ଥାନରେ ମଧ୍ୟ ଟିକାକରଣ ଚାଲିଛି। ଟିକାକରଣ କେନ୍ଦ୍ରରେ ମଧ୍ୟ କରୋନା କଟକଣା ଅନୁସାରେ ସ୍ଲଟ ବୁକ୍ କରି ଅଳ୍ପ ଲୋକଙ୍କୁ ଟିକା ଦାନ ବ୍ୟବସ୍ଥା କରାଯାଇଛି । ସ୍ଲଟ ବୁକ୍ ନ କରିଥିଲେ ଟିକାକରଣ କରାଯିବ ନାହିଁ ବୋଲି କୁହାଯାଉଛି ।

Spread the love