ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ଆଜି ରାଜ୍ୟର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର : ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁରରେ କୋଭିଡ୍ ଟିକାକରଣ ବନ୍ଦ ରହିବ । ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ଏହି ସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

Spread the love