ସାରା ଦେଶରେ ୧୭ କୋଟି ଅତିକ୍ରମ କଲା ଟିକାକରଣ

ନୂଆଦିଲ୍ଲୀ : କୋଭିଡ ପ୍ରବନ୍ଧନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକର ଚିକିତ୍ସା ସଂସ୍ଥାନଗୁଡିକୁ ମଜବୁତ କରିବା ପାଇଁ ଭାରତ ସରକାର ଆନ୍ତର୍ଜାତିକ ସହାୟତାକୁ କ୍ଲିୟରାନ୍ସ କରାଇ ବଂଟନ କରୁଛନ୍ତି । ଏପର୍ଯ୍ୟନ୍ତ ମୋଟ ୯,୨୮୪ ଅକ୍ସିଜେନ କନସେନଟ୍ରେଟର, ୭,୦୩୩ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଂଟ, ୫,୯୩୩ ଭେଂଟିଲେଟର/ ବିଆଇ ପିଏପି, ୩.୪୪ ଲକ୍ଷରୁ ଅଧିକ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।

ଅନ୍ୟ ପକ୍ଷରେ ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶର ସମୁଦାୟ ଟିକାକରଣ ୧୭.୭୨ କୋଟି ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୫,୭୦,୫୩୭ ସେସନରେ ସମୁଦାୟ ୧୭, ୭୨,୧୪,୨୫୬ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୦୦,୪୨୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୫,୭୦,୦୬୨ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୨,୩୪,୭୯୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୦,୩୦,୦୦୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୩୪,୮୦,୬୧୮ ହିତାଧିକାରୀ (ପ୍ରଥମ ଡୋଜ), ୫,୬୨,୪୩,୩୦୮ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୮୧,୫୮,୫୩୫ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୦,୯୯,୨୪୧ ପ୍ରଥମ ଡୋଜ ହିତାଧିକାରୀ ଓ ୧,୬୭,୯୭,୨୭୨ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି ।

Spread the love