ରାଜ୍ୟରେ ସୁରୁଖୁରୁରେ ଚାଲିଛି କରୋନା ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ସୁରୁଖୁରୁରେ ଚାଲିଛି କରୋନା ଟିକାକରଣ । ଆସନ୍ତା ମେ ପହିଲାରୁ ସାରା ଦେଶରେ ୧୮ରୁ ୪୫ ବର୍ଷ ଭିତରେ ତୃତୀୟ ପର୍ଯ୍ୟାୟ ଟିକାକରଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ଆଣିବେ ଏସଓପି । ରାଜ୍ୟରେ ୪୨% ଏହି ୧୮ରୁ ୪୫ ବର୍ଷ ଭିତରେ ବୟସ୍କ ଲୋକ ରହିଛନ୍ତି । ଏଥିଲାଗି ଅଧିକ ସେସନ ସାଇଟ କରାଯିବ । ଅନଲାଇନ ଓ ସ୍ପଟ ପଞ୍ଜିକରଣ କରାଯିବ । ରାଜ୍ୟ ସରକାର ସରକାରୀ ସ୍ତରରେ ନିଷ୍ପତ୍ତି ନେବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସୂଚନା ଯେ, ରାଜ୍ୟରେ ବୁଧବାର ୧୦୧୪୦୭ ଜଣଙ୍କୁ ଟିକା ଦିଆଯାଇଛି । ଆଜି ୭୫୦ କେନ୍ଦ୍ରରେ ଟୀକାକରଣ ଚାଲିଛି । ବର୍ତ୍ତମାନ ୨.୬ ଲକ୍ଷ କୋଭିସିଲ୍ଡ ଅଛି । ୧.୯ ଲକ୍ଷ କୋଭାକ୍ସିନ ଅଛି । ଆଜି ସବୁ ଜିଲ୍ଲାରେ ଟୀକାକରଣ ଚାଲିଛି । ତେବେ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ପ୍ରଭାବଶାଳୀ ବୋଲି ଆମେ ଭାବୁଛୁ । ଏବେର ଏହି ଭୂତାଣୁ ପ୍ରତିହତ ପାଇଁ ବାୟୁ ଚଳପ୍ରଚଳ ଆବଶ୍ୟକ । ଗୋଟିଏ ରୁମରେ ଅଧିକ ଲୋକ ଜମା ହୁଅନ୍ତୁ ନାହିଁ । ଏସି ଅଧିକ ନ ଚଲାଇ ଘରର ଝରକା ଖୋଲନ୍ତୁ ବୋଲି ଡା. ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି ।

Spread the love