ଦେଶରେ ଟିକାକରଣ ୯.୮୦ କୋଟିକୁ ଅତିକ୍ରମ

ନୂଆଦିଲ୍ଲୀ : ଶନିବାର ସକାଳ ୭ଟା ସୁଦ୍ଧା ୧୪,୭୫,୪୧୦ ସେସନରେ ମୋଟ ୯,୮୦,୭୫,୧୬୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୮୯,୮୮,୩୭୩ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୫୪,୭୯,୮୨୧ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୯୮,୬୭,୩୩୦ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୪୬,୫୯,୦୩୫ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୩,୮୬,୫୩,୧୦୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧୫,୯୦,୩୮୮ ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ୪୫ରୁ ୬୦ ବର୍ଷ ବୟସର ୨,୮୨,୫୫,୦୪୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୫,୮୨,୦୬୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆ ଯାଇଛି । ଗତ ୨୪ ଘଂଟା ମଧ୍ୟରେ ୩୪ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଟିକାକରଣ ଅଭିଯାନର ୮୪ତମ ଦିବସ (୯ ଏପ୍ରିଲ ୨୦୨୧)ରେ ୩୪,୧୫,୦୫୫ ଡୋଜ୍ ଟିକା ଦିଆଯାଇଛି । ଏଥରୁ ୪୬,୨୦୭ ସେସନରେ ୩୦,୦୬,୦୩୭ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪,୦୯,୦୧୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ବିଶ୍ୱସ୍ତରରେ ଦୈନିକ ଟିକା ପ୍ରଦାନ କ୍ଷେତ୍ରରେ ଭାରତ ଦୈନିକ ହାରାହାରି ୩୮,୯୩,୨୮୮ ଡୋଜ୍ ଟିକା ଦେଇ ଅଗ୍ରଣୀ ସ୍ଥାନରେ ରହିଛି । ମହାରାଷ୍ଟ୍ର, ଛତିଶଗଡ଼, ଉତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ନୂଆ ମାମଲା ମଧ୍ୟରୁ ୮୨.୮୨% ମାମଲା ଏହି ଦଶଟି ରାଜ୍ୟରୁ ଆସିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୮,୯୯୩ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୧୧,୪୪୭ ଏବଂ ଉତର ପ୍ରଦେଶରେ ୯,୫୮୭ ମାମଲା ଚିହ୍ନଟ ହୋଇଛି । ଭାରତରେ ମୋଟ ସକ୍ରିୟ କରୋନା ମାମଲା ୧୦,୪୬,୬୩୧ରେ ପହଂଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୭.୯୩% । ଗତ ୨୪ ଘଂଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୬୭,୦୨୩ ମାମଲା ବୃଦ୍ଧି ଘଟିଛି । ମୋଟ ସକ୍ରିୟ ମାମଲାର ୭୨.୨୩% ମାମଲା ରହିଛି ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତର ପ୍ରଦେଶ ଏବଂ କେରଳ ଆଦି ପାଂଚଟି ରାଜ୍ୟରେ । ମହାରାଷ୍ଟ୍ରରେ କେବଳ ଦେଶର ମୋଟ ସକ୍ରିୟ ମାମଲାର ୫୧.୨୩% ମାମଲା ରହିଛି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୯,୯୦,୮୫୯ ରେ ପହଂଚିଛି । ଜାତୀୟ ସୁସ୍ଥତା ହାର ଏବେ ୯୦.୮୦% ରହିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୭,୫୬୭ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ କରୋନା ମୃତ୍ୟୁ ମାମଲା ମଧ୍ୟ ଦେଶରେ ବୃଦ୍ଧି ପାଇ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ୭୯୪ ଜଣଙ୍କ ମୃତ୍ୟୁ ହୋଇଛି ।

Spread the love